ଆଜି ରାଜ୍ୟରେ ୧୭୯ ଜଣ କରୋନା ପଜିଟିଭ ଚିହ୍ନଟ

0

ଭୁବନେଶ୍ୱର : ସର୍ବାଧିକ ଗଂଜାମ ଜିଲ୍ଲାରୁ ୫୭ ଜଣଙ୍କୁ ମିଶାଇ ଆଜି ରାଜ୍ୟରେ ୧୭୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ କ୍ଵାରେଣ୍ଟାଇନରୁ ୧୫୦ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୨୯ ଜଣ ସାଧାରଣ ଅଂଚଳରୁ |  ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ୧୫୪୩ ରେ ପହଂଚିଛି | ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୬ ରେ ପହଂଚିଛି | ଏ ଯାବତ ରାଜ୍ୟରେ ୩୨୯୭ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଲେଣି | 

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ରୁ ୨୭, ଅନୁଗୁଲ ୬, ଦେଓଗଡ,ନବରଙ୍ଗପୁର ଜଣେ, ଜଗତସିଂହପୁର ୪, କଟକରୁ ୧୫, ବରଗଡ ୨, ଭଦ୍ରକ  ୫, ଯାଜପୁର ୩,. ମାଲକାନଗିରି  ୨, ରାୟଗଡା ୫, କେନ୍ଦୁଝର ୧୮,  ଗଂଜାମ  ୫୭, କେନ୍ଦ୍ରାପଡା ୫, ମୟୁରଭଞ୍ଜ ୧୦ ଜଣଙ୍କ ସମେତ  ପଶ୍ଚିମ ବଙ୍ଗରୁ ବାତ୍ୟା ଡ୍ୟୁଟି ସାରି ଆସିଥିବା ଏନଡିଆରଏଫ/ ଅଗ୍ନିଶମ କର୍ମଚାରୀ ୧୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି |  

Leave A Reply

Your email address will not be published.