ମୟୁରଭଞ୍ଜ କଲେଜ ଅଫ୍ ଏକାଉଣ୍ଟେନସି ଏଣ୍ଡ ମେନେଜମେଣ୍ଟ ତରଫରୁ ଶହୀଦ ଯବାନମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

0

ବାରିପଦା (ଦିଲ୍ଲୀପ ମହାନ୍ତି ) – ଭାରତ-ଚୀନ ସୀମାରେ ଶହୀଦ ହୋଇଥିବା ୨୦  ଜଣ ବୀର ଯବାନମାନଙ୍କ ଉଦେ୍ଧଶ୍ୟରେ ବାରିପଦା ମହାରାଜପୁରସ୍ଥିତ ମୟୁରଭଞ୍ଜ କଲେଜ ଅଫ୍ ଆକାଉନଟେନସି ଏଣ୍ଡ ମ୍ୟାନେଜମେଂଟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଏନ.ଏସ.ଏସ. ସ୍ୱେଚ୍ଛାସେବୀ, ପ୍ରୋଗ୍ରାମ ଅଫିସର , ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ନେଇ ସାମାଜିକ ଦୂରତା ଅବଲମ୍ବନ କରାଯାଇ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ, କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ଶହୀଦ ଯବାନ ମାନଙ୍କ ଫୋଟଚିତ୍ରରେ ପୁଷ୍ପ ଓ ଧୂପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶହୀଦ ଯବାନମାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସମସ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରିବା ସହିତ ଶହୀଦ ଯବାନମାନଙ୍କ ପରିବାର ବର୍ଗ ଏବଂ ଭାରତ ସେନାର ମଙ୍ଗଳ କାମନା କରିଥିଲେ । ଶ୍ରଦ୍ଧାଞ୍ଜଳୀ ସଭାରେ ଉପସ୍ଥିତ ସମସ୍ତ ସ୍ୱେଚ୍ଛାସେବୀ ଓ କର୍ମଚାରୀମାନେ ପ୍ରତିଜ୍ଞା କରିଥିଲେ ଯେ ସେମାନେ ଚୀନ ନିର୍ମିତ ବସ୍ତୁ ଓ ଚୀନ ମୋବାଇଲ ଆପ୍ ବ୍ୟବହାର କରିବେ ନାହିଁ । ଆଜିର ଏହି ସଙ୍କଟମୟ ସମୟରେ ପ୍ରତି ପରିବାର ଆତ୍ମନିର୍ଭରଶୀଳ ହେବା ପାଇଁ ଚେଷ୍ଟା କରିବାର ଆବଶ୍ୟକତା ରହିଛି ଏବଂ ଛାତ୍ରଛତ୍ରୀମାନେ ଶୃଙ୍ଖଳିତ ଓ ଆତ୍ମନିର୍ଭରଶୀଳ ହୋଇପାରିଲେ ଭାରତ ଅର୍ଥନୈତିକ, ରାଜନୈତିକ ଓ ସାମରିକ ଦିଗରେ ଦୃତ ବିକାଶ କରିପାରିବ ଏବଂ ଭାରତ ଚୀନ ଭଳି ଦେଶକୁ ସବୁ ଦୃଷ୍ଟିରୁ ଦୃଢ ଜବାବ ଦେଇପାରିବ ଏବଂ ମୟୁରଭଞ୍ଜ ଜିଲ୍ଳାର ବୀର ଶହୀଦ ଯବାନ ନୁନ୍ଦୁରାମ ସରେନଙ୍କ ପାଇଁ ମୟୁରଭଞ୍ଜ ଜିଲ୍ଲା ଆଜି ଗର୍ବିତ ବୋଲି କଲେଜର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ସ୍ୱେଚ୍ଛାସେବୀମାନଙ୍କୁ କହିଥିଲେ ।  

Leave A Reply

Your email address will not be published.