ବାରିପଦା (ଦିଲ୍ଲୀପ ମହାନ୍ତି ) – ମୟୂରଭଞ୍ଜ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଗତ ଜୁନ ୬ରେ ପତ୍ର ସଂଖ୍ୟା ୫୬୧୪ ଦ୍ୱାରା ପ୍ରକାଶ ପାଇଥିବା ବିଜ୍ଞପ୍ତି ଜରିଆରେ ଜିଲ୍ଲାରେ ୪୨ ଗୋଟି ଚୁକ୍ତି ଭିତିକ ଗ୍ରାମ ରୋଜଗାର ସେବକ ନିଯୁକ୍ତି ପାଇଁ ଆବେଦନ ପତ୍ର ଆହ୍ୱାନ କରାଯାଇଛି । ଉକ୍ତ ବିଜ୍ଞପ୍ତିରେ ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷଣ ଥିବା ବେଳେ ଆଦିବାସୀ ବର୍ଗଙ୍କ ନିମନ୍ତେ କୌଣସି ସଂରକ୍ଷଣର ବ୍ୟବସ୍ଥା କରାଯାଇ ନାହିଁ । ଏଣୁ ଏଥିରେ ସଂରକ୍ଷଣ ଆଇନ ଓ.ଆର.ଭି. ଏକ୍ଟ ୧୯୭୫କୁ ଖୋଲାଖୋଲି ଭାବେ ଉଲଂଘନ କରାଯାଇଥିବାର ମାରିସା ସେନା ପକ୍ଷରୁ ସଭାପତି ଅର୍ଜୁନ ମୁର୍ମୁ ଅଭିଯୋଗ କରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସହ ପ୍ରକଳ୍ପ ନିଦେ୍ର୍ଧଶକ ସଙ୍ଗୀତା ବେହେରାଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିରେ ୧୦ ଦିନ ମଧ୍ୟରେ ଗତ ଜୁନ ୬ରେ ପ୍ରକାଶିତ ବିଜ୍ଞପ୍ତିକୁ ବାତିଲ କରି ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିବାକୁ ଦାବୀ ଜଣାଇଛନ୍ତି । ଯଦି ୧୦ ଦିନ ମଧ୍ୟରେ ସାନି ବିଜ୍ଞପ୍ତି ପ୍ରକାଶ କରାନଯାଏ , ତେବେ ମାରିସା ସେନା ପକ୍ଷରୁ ଆନେ୍ଦାଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
Sign in
Sign in
Recover your password.
A password will be e-mailed to you.