ଅବକାରୀ ବିଭାଗ ଦ୍ଵାରା ଦେଶୀ ମଦ ଜବତ

0

ବଲାଙ୍ଗିର, (ଟିଟିଲାଗଡ /ଗୌରବ ଦର୍ଜି) : ଜିଲ୍ଲା ଅବକାରୀ ଅଧ୍ୟକ୍ଷକ ସିଦ୍ଧସ୍ବର ବେସ୍ରାଙ୍କ ନିର୍ଦ୍ଦେଶକ୍ରମେ ଓ ବଲାଙ୍ଗିର ସଦର ଆଇଆଇସି ପ୍ରମୋଦ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଦେଓଗାଁ ଥାନା ଅନ୍ତର୍ଗତ ବିଡିଘାଟ ଅଂଚଳରୁ ୨୪ ଲିଟର ଦେଶୀ ମଦ ସହିତ ଚାରି ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ।ଗିରଫ ଅଭିଯୁକ୍ତ ବିଡିଘାଟ ଗ୍ରାମର ଟିକେମଣି ଭୋଇ ( ୪୦ ) ବରୁଣ ମଲ୍ଲିକ ( ୨୫ ) ହେମସାଗର ପୁଟେଲ ( ୨୩ ) ଓ ଅନ୍ୟ ଜଣେ ଲୋଇଶିଙ୍ଗା ଥାନା ଅନ୍ତର୍ଗତ ବାଞ୍ଜିପାଳି ଗ୍ରାମର ପୂର୍ଣ୍ଣଚନ୍ଦ୍ର ଜାଲ ( ୨୧ ) । ପେଟ୍ରୋଲିଙ୍ଗ କରୁଥିବା ସମୟରେ ୨୪ ଲିଟର ଚୋରା ଦେଶୀ ମଦ ଜବତ ହୋଇଛି ।ଉକ୍ତ ଚଢାଉରେ ଓଆଇସି ଅରୁଣ କୁମାର ଯୋଶୀ ଓ ଜିତେନ୍ଦ୍ର ମଲ୍ଲିକ , ଯତୀନ ଦୀପ , ମଳୟ ପଧାନ , ଯତୀନ୍ଦ୍ର ସାହୁ ପ୍ରଭୃତି ଷ୍ଟାଫ ସାମିଲ ଥିଲେ । କରୋନା ଭାଇରସ ପାଇଁ ରାଜ୍ୟ ସରକାରଙ୍କ ଲକ୍ ଡାଉନର ସୁଯୋଗ ନେଇ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଂଚଳରେ ଚୋରାମଦ ବେପାରୀମାନେ ସକ୍ରିୟ ହୋଇଛନ୍ତି । ଆଇନ୍ କୁ ଅମାନ୍ୟ କରି ଘରେ ଘରେ ଦେଶୀ ମଦ ବିକ୍ରି କରୁଥିବା ଚର୍ଚ୍ଚା ର ବିଷୟ ହୋଇଛି।

Leave A Reply

Your email address will not be published.