ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ଟ୍ରକ ଚାଳକ ଙ୍କୁ ମାଡ ମାରି ଟଙ୍କା ଲୁଟ l ଏଭଳି ଘଟଣା ଘଟିଛି ସମ୍ବଲପୁର – କଟକ ରାଜରାସ୍ତା ର ଅନଗୁଳ ଜ଼ିଲ୍ଲା ହଣ୍ଡପା ଥାନା ଅଂଚଳରେ l କଟକ ରୁ ସମ୍ବଲପୁର ଆସୁଥିବା ଟ୍ରକ ଚାଳକ ଙ୍କୁ ନିସ୍ତୁକ ମାଡ ମାରି ଟଙ୍କା ଲୁଟ କରାଯାଇଛି l ଟ୍ରକ ଚାଳକ ସିଜ଼ାଦ ହୁସେନ୍ ଙ୍କ ଅଭିଯୋଗ କ୍ରମେ ହଣ୍ଡପା ପୋଲିସ ତା.୧୭.୬.୨୦୨୦ ରିଖ କେଶ ନମ୍ବର : ୦୧୩୧, ଆପିସି ରେ ଏକ ମାମଲା ରୁଜ୍ଜୁ କରି ୩ ଜଣଙ୍କୁ ଗିରଫ କରିଛି l ଏସମ୍ପର୍କରେ ଆଜି ବରେଇପାଲି ସ୍ଥିତ ସମ୍ବଲପୁର ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ରେ କର୍ମକର୍ତ୍ତା ମାନେ ସୂଚନା ଦେଇ, ଅନଗୁଳ ଜ଼ିଲ୍ଲା ହଣ୍ଡପା ପୋଲିସ ସହଯୋଗ ନ କରିବା, ଏବଂ ଅନଗୁଳ ଏସପି ଙ୍କୁ ଜଣାଇବା ପରେ କେଶ ରୁଜ୍ଜୁ କରାଯାଇଥିବା ପ୍ରକାଶ କରିଥିଲେ l ଘଟଣା ସ୍ଥଳରୁ ଟ୍ରକ ଚାଳକ ସିଜ଼ାଦ ଜଣେ ଯୁବକ ଙ୍କୁ କାବୁ କରି ପୋଲିସ ର ଜିମା ଦେଇଥିଲେ l ଅଭିଯୋଗ ଅନୁସାରେ ମଙ୍ଗଳବାର ଟ୍ରକ ନମ୍ବର ଓଆର ୧୫ ପି ୨୭୮୬ ରେ ସିଜ଼ାଦ ହୁସେନ୍ କଟକ ରୁ ସମ୍ବଲପୁର ଆସୁଥିଲେ l ଏହି ସମୟରେ ହଣ୍ଡପା ଥାନା ଗୁଣ୍ଡିରୀମୁଣ୍ଡା ପେଟ୍ରୋଲ ପମ୍ପ ନିକଟରେ ରାତି ପ୍ରାୟ ୧୨ ଟା ସମୟରେ କିଛି ଯୁବକ ତାଙ୍କ ଗାଡି କୁ ଅଟକାଇ ଥିଲେ l ଏହି ସମୟରେ ଯୁବକ ମାନେ ସିଜ଼ାଦ କୁ ମାଡ ମାରିବା ପରେ, ଲୁହା ଛଡ ଓ ଠେଙ୍ଗା ରେ କାଚ ଭାଙ୍ଗି ଦେବା ସହ ୧୦ ହଜାର ଟଙ୍କା ଲୁଟ କରି ଚାଲିଯାଇଥିଲେ l ଏହା ପରେ ଅନ୍ୟ ଏକ ଟ୍ରକ ନମ୍ବର ଓଡ଼ି ୧୫ ଏ ୭୨୫୧ ର ଡ୍ରାଇଭର ପି. ଶିବ କୁମାର ଙ୍କୁ ମଧ୍ୟ ମାଡ ମାରି ଚାରି ହଜାର ଟଙ୍କା ଲୁଟ କରି ନେଇଥିଲେ l କ୍ରମାଗତ ଭାବେ ଜାତୀୟ ରାଜପଥ ଗୁଡିକରେ ଲୁଟ ଘଟଣା ବୃଦ୍ଧି ଘଟୁଥିବା ଟ୍ରକ ମାଲିକ ସଂଘ ଅଭିଯୋଗ କରି ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି l ଗଣମାଧ୍ୟମ କୁ ସୂଚନା ଦେବା ଅବସରରେ ଆଜି ସମ୍ବଲପୁର ଟ୍ରକ ମାଲିକ ସଂଘ ସଭାପତି ସୁରେନ୍ଦ୍ର ସିଂ, ସାଧାରଣ ସମ୍ପାଦକ ରବୀନ୍ଦ୍ର ପ୍ରସାଦ କୁଅଂର, ଉପସଭାପତି ସନ୍ତୋଷ ଅଗ୍ରୱାଲ, ସହ ସମ୍ପାଦକ ସନ୍ତୋଷ ଲାମ୍ବା, କୋଷାଧକ୍ଷ ନରେଶ ଅଗ୍ରୱାଲ, ଉମେଶ ଶ୍ରୀରାମକା, ପ୍ରହଲ୍ଲାଦ ଅଗ୍ରୱାଲ, ରାଜୁ ଶର୍ମା, ଜସ୍ମିନଦର ବଳ, ହୁକୁମ ଚନ୍ଦ ଅଗ୍ରୱାଲ, ମହେନ୍ଦ୍ର ସିଂ ରୈନା, ଏମଡ଼ି ମିନାଜ଼, ରାଜେଶ ଗୁପ୍ତା, ବସୁ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.