ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ହୀରାକୁଦ ଓ୍ବେସ୍କୋ ଡିଭିଜନ ଅନ୍ତର୍ଗତ ଗୋଶାଳା ଗ୍ରୀଡ ତୁଲଣ୍ଡି ଫିଡରରୁ ଚିପିଲିମା ଗ୍ରାମକୁ ବିଦ୍ୟୁତ ସଂଯୋଗ ପାଇଁ ଓ୍ବେସ୍କୋ ପକ୍ଷରୁ ଯୋଜନା ଅନୁଯାୟୀ ଯୁଦ୍ଧକାଳୀନ ଭିତ୍ତିରେ ପ୍ରକ୍ରିୟା ଜାରିଥିବାବେଳେ, ଖୁଣ୍ଟପୋତା କାମ ଚାଲିଥିଲା l ହେଲେ ଏହି ଗାଁ ଚିପିଲିମାବାସୀ ଓ୍ବେସ୍କୋର ଏପରି କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ଗାଁର ଭଦ୍ରଲୋକ ସମେତ ମହିଳା ଗୋଷ୍ଠୀ କାମକୁ ବନ୍ଦ କରିଦେଇଥିବା ବେଳେ, ନିର୍ମାଣାଧିନ ଗୋବିନ୍ଦପାଲି ନୂଆଁଗ୍ରୀଡରୁ ସଂଯୋଗ ଦିଆଯିବ ବୋଲି ଆଶ୍ବାସନା ଦେଇଥିଲେ। ଗାଁ ଚିପିଲିମା ବାସୀ ଚିପିଲିମା ପାଓ୍ବାର ହାଉସ ନିର୍ମାଣ ସମୟରେ ବିସ୍ତାପିତ ହୋଇଥିବାବେଳେ,ତତ୍କାଳୀନ ଚୁକ୍ତି ଅନୁଯାୟୀ ଶକ୍ତିକେନ୍ଦ୍ରରୁ ସିଧାସଳଖ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା।ଏବେ ଯଦି ଓ୍ବେସ୍କୋ ପରିବର୍ତ୍ତନ କରିବାକୁ ଚାହୁଁଛି,ତେବେ ନବନିର୍ମିତ ଗୋବିନ୍ଦପାଲି ଗ୍ରୀଡରୁ ସଂଯୋଗ ଦିଆଯିବା ପର୍ଯ୍ୟନ୍ତ ପୂର୍ବ ସଂଯୋଗ ନ କାଟିବାକୁ ଅନୁରୋଧ କରିଛନ୍ତି। ଏପରିକି ଏମିତି ବାଦବିବାଦ ମଧ୍ୟରେ ଫାଣ୍ଡିକୁ ମାମଲା ପହଞ୍ଚିଥିବାବେଳେ, ଅନେକ ଯୁକ୍ତି, ବୁଝାସୁଝାପରେ ଓ୍ବେସ୍କୋ ଅଧିକାରୀ ନାରୀଶକ୍ତି ଆଗରେ ମୁଣ୍ଡ ନୂଆଁଇ ଉପରିସ୍ଥ ଅଧିକାରୀଙ୍କ ସହ କଥାବାର୍ତ୍ତା ହୋଇ ପଦକ୍ଷେପ ନେବେ ବୋଲି କହିଥିବା ଗାଁ ଗଉଁନ୍ତିଆ ତଥା ବରିଷ୍ଠ ନାଗରିକ ଫୋରମ ସଂପାଦକ ଭୀଷ୍ମଦେବ ପଣ୍ଡା ସୂଚନା ଦେଇଛନ୍ତି।ଏପରି ଏକ ସମସ୍ୟା ସଂପର୍କରେ ଅଧିକ ଜାଣିବାପାଇଁ ଗୋଶାଳା,ଚିପିଲିମା ଜେଇ ଇଂ. ମାନସ ନାଥଙ୍କୁ ଯୋଗାଯୋଗ କରିବାରୁ ଠିକାସଂସ୍ଥା କରୁଥିବା କାମକୁ ବିରୋଧ ହେବାରୁ ବର୍ତ୍ତମାନ ପାଇଁ କାମକୁ ସ୍ଥଗିତ ରଖାଯାଇଥିବାବେଳେ,ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ପରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି ଲ
Sign in
Sign in
Recover your password.
A password will be e-mailed to you.
Prev Post
ଭାରତ-ଚାଇନାର ଗଲ୍ଓ୍ଵାନ ଠାରେ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଏଓବିଏସ୍ଓ ଛାତ୍ର ସଂଘ ତରଫରୁ ଶ୍ରଦ୍ଧାଞ୍ଜଳି ।
Next Post