କୋର୍ଟ ସହ ଜିଲ୍ଲାପାଳ ଓ  ଉପ ଜିଲ୍ଲାପାଳଙ୍କ ଅଫିସ୍ ସିଲ

0

ପୁରୀ: ୧୮ ନୁଆ କୋଭିଡ୍ କେସ, ସହରରେ ୨ ପଜିଟିଭ

ପୁରୀ,(ଅନିମେଶ ପଟ୍ଟନାୟକ): ଜିଲ୍ଲାରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି।  ଆଜି ୧୮ ନୂଆ ପଜିଟିଭ ପୁରୀରେ ଦେଖାଯାଇଛି । ସେଥିରେ ସହରର ଦୁଇଜଣ ଥିବା ଜିଲ୍ଲାପାଳ ବଲୱନ୍ତ ସିଂ ପ୍ରକାଶ କରିଛନ୍ତି।  ସେମାନଙ୍କ ମଧ୍ୟରୁ ଜଣେ ଆଇନଜୀବୀ ହୋଇଥିବା ବେଳେ ଆଉ ଜଣେ ମୋହରୀ ବୋଲି ଜଣାପଡିଛି। 

 ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ହରିହର ଛକଠାରୁ ଟାଉନ ହଲ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । କୋର୍ଟ, ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ ତାଲା ଲଗାଯାଇଛି । ଆଗାମୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ବଳତ୍ତର ରହିବ । 

ପ୍ରକାଶ ଥାଉକି, ଜଣେ ଅଭିଯୁକ୍ତର ସ୍ୱାବ ପରୀକ୍ଷା ପରେ ତା ସଂସ୍ପର୍ଶରେ ଆସିଥିବା କୋର୍ଟ ଓ ଜେଲ କର୍ମଚାରୀଙ୍କ ସ୍ୱାବ ପରୀକ୍ଷା କରାଯାଇଥିଲା। ଅନ୍ୟ ମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଆଜିଠାରୁ ଆରମ୍ଭ ହେବ।

 

Leave A Reply

Your email address will not be published.