ସଂଗରୋଧ କେନ୍ଦ୍ରରେ ଜୟ ଓଡିଶା ପାଳିଲା ରଜ

0

http://www.youtube.com/watch?v=8hjHMKHkgEE 

ଭୁବନେଶ୍ୱର(ଶାସକ ପ୍ରଶାସକ): ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡ଼ିଶାର ମୁଖ୍ୟ ରଜ ପର୍ବକୁ ଏକ ଅଭିନବ ଉପାୟରେ ପାଳନ କରିଛି ଜୟ ଓଡ଼ିଶା। ସାରା ରାଜ୍ୟ କୋରୋନା କଟକଣାରେ ବନ୍ଦୀ ହୋଇଥିବା ବେଳେ ଜୟ ଓଡ଼ିଶାର ସ୍ବେଚ୍ଛାସେବୀ ବି ଏମ୍ ସି କର୍ମଚାରୀଙ୍କ ସହାୟତାରେ, ସହରର ୨ ଟି ସଂଗରୋଧ କେନ୍ଦ୍ରରେ ପହଞ୍ଚି ରଜ ଭେଟି ରୂପେ ପୋଡ଼ ପିଠା ଓ ପାନ ବାଣ୍ଟି ଥିଲେ।  ଟ୍ରାଇଡେଣ୍ଟ କଲେଜ ହଷ୍ଟେଲରେ ଥିବା ୮୦ ଜଣ ଓ କୃପାଜଳ କଲେଜରେ ଥିବା ୨୫୦ ଜଣ ପ୍ରବାସୀ ଭାଇ ଭଉଣୀଙ୍କୁ ଏହା ବଣ୍ଟନ କରାଯିବା ସମୟରେ ଜୟ ଓଡ଼ିଶାର ସଭାପତି ରୁଦ୍ର ସାମନ୍ତରାୟ ଙ୍କ ସମେତ  ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ,ଡେପୁଟି କମିଶନର ପୁରନ୍ଦର ନନ୍ଦ,ଡେପୁଟି କମିଶନର ଜି ଏସ ଟି ଦେବାଶିଷ ସାହୁ,ଏକ୍ଜିକ୍ୟୁଟିଭ୍ ଅଫିସର କଟକ ଚଣ୍ଡୀ ମନ୍ଦିର, ସ୍ୱରୂପ ନନ୍ଦନ ବେହେରା ଉପସ୍ଥିତ ଥିଲେ।

ଜୟ ଓଡ଼ିଶା ସଭାପତି ରୁଦ୍ର ସାମନ୍ତରାୟ କହିଛନ୍ତି ” କୋରୋନା ସହ ସରକାରୀ କର୍ମଚାରୀ,ପୋଲିସ ଭାଇ ଓ ପ୍ରଶାସନ ଯେଉଁପରି ଅବିରତ ଭାବେ ଯୁଦ୍ଧ କରୁଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ ଅଟେ। ଆମେ ସବୁ କ୍ଷେତ୍ରରେ ସେମାନଙ୍କୁ ସହାୟତା କରିବାକୁ ପ୍ରତିଶ୍ରୁତି ଦେବା ସହ, କୋରୋନା ସହ ଆମର ଏହି ଦୀର୍ଘଦିନର ଯୁଦ୍ଧରେ ଦିନେ ସଫଳ ହେବୁ ବୋଲି ଆଶା କରୁଛୁ।”

Leave A Reply

Your email address will not be published.