ନାବାଳିକା ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ ଜେଜେବାପା ଗିରଫ

21

ବାରିପଦା(ଦିଲ୍ଲୀପ ମହାନ୍ତି )– ଦୁଷ୍କର୍ମକାରୀଙ୍କ ପ୍ରତି କଠୋର ଦଣ୍ଡବିଧାନ ନିମନ୍ତେ କେନ୍ଦ୍ର ସରକାର ସ୍ୱତନ୍ତ୍ର ଆଇନ ପାଶ କରାଇଥିବା ବେଳେ ଦୁଷ୍କର୍ମକାରୀଙ୍କ ସଂଖ୍ୟା ହ୍ରାସ ପାଇବା ବଦଳରେ ବୃଦ୍ଧି ପାଉଥିବାର ପରିଲକ୍ଷିତ ହୋଇଛି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଜଣେ ସମ୍ପର୍କୀୟ ୫୫ ବର୍ଷର କାମୁକ ଜେଜେବାପା ତାର ୬ ବର୍ଷୀୟା ନାତୁଣୀ ଗାଁମୁଣ୍ଡରେ ଅନ୍ୟ ସାଙ୍ଗମାନଙ୍କ ସହିତ ଖେଳୁଥିବା ବେଳେ ତାକୁ ନଦୀ କୂଳକୁ ବୁଲାଇ ନେବା ବାହାନାରେ ସାଇକେଲରେ ବସାଇ ନେଇ ତା ସହିତ ବଳପୂର୍ବକ ଦୁଷ୍କର୍ମ କରିଥିଲା । ନାବାଳିକା ଏ ବିଷୟରେ ନିଜ ପରିବାରର ସଦସ୍ୟମାନଙ୍କ ନିକଟରେ ପ୍ରକାଶ କରିବା ପରେ ଘଟଣାକୁ ନେଇ ବାଙ୍ଗିରିପୋଷି ଥାନାରେ ଲିଖିତ ଅଭିଯୋଗ ହେବାରୁ କାମୁକ ଜେଜେବାପାଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋଡର଼୍ ଧାରା ୩୬୩, ୩୭୬(୨)(ସି) ଓ ଶିଶୁ ଯୌନଶୋଷଣ ନିରୋଧ ଆଇନ୬ ଧାରା ଅନୁସାରେ କେଶ ନଂ ୫୫/୧୮ରେ ଏକ ମାମଲା ରୁଜୁ କରାଯାଇଥିଲା । ଏଥି ସହିତ ଜେଜେବାପାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରା ଯିବା ପୂର୍ବରୁ ତାଙ୍କର ଡ଼ାକ୍ତରୀ ପରୀକ୍ଷା ଓ ନାବାଳିକାର ମଧ୍ୟ ଡ଼ାକ୍ତରୀ ପରୀକ୍ଷା କରାଯାଇ ଥିଲା । 

Leave A Reply

Your email address will not be published.