ମଣିଷ ୨ ଜଣଙ୍କୁ ମାରିବା ପରେ ଶେଷରେ ଭାଲୁ ମଲା

0

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ  : ଗତକାଲି ସମ୍ବଲପୁର ଜିଲ୍ଲା  ରେଢାଖୋଲ ବ୍ଲକ ବଣିଆଁବନ୍ଧ ଗ୍ରାମରେ  ଭାଲୁ ମଣିଷ ଲଢେଇରେ ୨ ଜଣବ୍ୟକ୍ତିଙ୍କର ମୃତ୍ୟୁହୋଇଥିବା ବେଳେ ଜଣେ ଆହତ ହୋଇଥିବା ଖବର ଜଣାପଡି ଥିଲା। ଦୁଇ ଜଣ ବ୍ୟକ୍ତି ଜୀବନ ବିକଳରେ ଗଛ ଉପରକୁ ଚଢି ଜୀବନକୁ ବଞ୍ଚାଇଥିଲେ। ଆହତ ହୋଇଥିବା ବ୍ୟକ୍ତିଜଣଙ୍କ କୌଶଳ କ୍ରମେ ଗାଁକୁ ପଳାଇବାରେ ସକ୍ଷମ ହୋଇଥିଲେ। ରେଢାଖୋଲ ଅଞ୍ଚଳରେ ଏଇ ଘଟଣାଟି ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

ରେଢାଖୋଲ ଅଞ୍ଚଳ ହେଉଛି ଅରଣ୍ୟାଚ୍ଛାଦିତ୍ୟ ଅଞ୍ଚଳ। ରେଢାଖୋଲ ଅଞ୍ଚଳରେ ହାତୀ ମଣିଷ ମଧ୍ୟରେ ଲଢେଇ ଚାଲିଥିବା ବେଳେ ଏବେ ଭାଲୁ ମଣିଷ ମଧ୍ୟ ରେ  ଲଢେଇ ଚାଲିଛି। ଏଇ କିଛି ବର୍ଷ ହେଲା ରେଢାଖୋଲ ଉପଖଣ୍ଡରେ ହାତୀ ଆକ୍ରମଣରେ ବହୁ ଧନ ଜୀବନ ଗଲାଣି। ଏବେ ଭାଲୁ ଆକ୍ରମଣରେ ମଧ୍ୟ ଜୀବନ ହାରିବାକୁ ପଡୁଛି ମଣିଷ ମାନଙ୍କର। ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ଗତକାଲି ବଡବାହାଳ ରେଞ୍ଜର ବଣିଆଁବନ୍ଧର ୫ ଜଣ ବ୍ୟକ୍ତି  ନିକଟସ୍ଥ ଟାଲ ଗ୍ରାମ ଜଙ୍ଗଲକୁ ମହୁସଂଗ୍ରହ ପାଇଁ ଯାଇଥିବା ବେଳେ ଏଇ ଅଭାବନୀୟ ଘଟଣା ଘଟିଥିଲା। ଭାଲୁ ଓ  ୫ ଜଣ ଲୋକ ମଧ୍ୟରେ ହିଁ ଲଢେଇ ହୋଇଥିଲା। ଶେଷରେ ନିଜର ପ୍ରାଣ ବଞ୍ଚାଇ ବାକୁ ଯାଇ ଭାଲୁ କୁ ମଧ୍ୟ ଟାଙ୍ଗିଆରେ ଆକ୍ରମଣ କରିଥିଲେ I ଭାଲୁ ଟି କିଛି ସମୟ ପରେ ମଧ୍ୟ ତାର ପ୍ରାଣ ଯାଇଥିଲା I ବନ ବିଭାଗ ଶବ କୁ ଜବତ କରି ଆଜି ଭାଲୁର ଶବ ବ୍ୟବଚ୍ଛେଦ କରିବା ପାଇଁ ପଠେଇଥିବା  ଜଣାପଡିଛି।

Leave A Reply

Your email address will not be published.