ଆମେରିକା ଓ ଫିଲିପାଇନ୍ସରୁ ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବା ପାଇଁ ବୈଜୟନ୍ତଙ୍କ ଉଦ୍ୟମ 

0

 “ବନ୍ଦେ ଭାରତ” ଯୋଜନାରେ  ଓଡିଶା ଫେରୁଛନ୍ତି ପ୍ରବାସୀ ଓଡିଆ

ଭୁବନେଶ୍ବର(ଶାସକ ପ୍ରଶାସକ) – ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଆମେରିକା ଓ ଫିଲିପାଇନ୍ସରେ ବିମାନ ଚଳାଚଳ ବନ୍ଦ ଥିବାରୁ ଫସିରହିଥିବା ପ୍ରବାସୀ ଓଡିଆଙ୍କୁ ଭାରତ ଫେରାଇ ଆଣିବା ପାଇଁ ସଂପୃକ୍ତ ଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ଶୌର୍ଯ୍ୟା ବୈଭବୀ ନାଥ ଆମେରିକାରେ ଫସି ରହିଥିଲେ। ଭାରତ ଫେରାଇ ଆଣିବାକୁ ବରିଷ୍ଠ ବିଜେପି ନେତା ନୟନ ମହାନ୍ତି ଶ୍ରୀ ପଣ୍ଡାଙ୍କୁ ଅନୁରୋଧ କରିଥିଲେ। ସେହିପରି ନୂଆପଡା ଜିଲ୍ଲାର ଅଭିଳାଶ ପଣ୍ଡା, ମାଲକାନଗିରିର ଚନ୍ଦ୍ର ଶେଖର ମହାରଣା ଓ ଚଣ୍ଡୀଗଡର ଜସପ୍ରିତ ସିଂହ ଫିଲିପାଇନ୍ସରେ ଫସି ରହିଥିଲେ। ଏମାନଙ୍କୁ ଭାରତ ଫେରାଇ ଆଣିବାକୁ ବରିଷ୍ଠ ବିଜେପି ନେତା ପ୍ରସନ୍ନ ପାଢୀ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ।

ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତ ମାନଙ୍କୁ ପତ୍ର ଲେଖି ଅବଗତ କରାଇବା ସହ “ବନ୍ଦେ ଭାରତ” ଯୋଜନାରେ ଏହି ପ୍ରବାସୀ ଓଡିଆ ମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.