ଗଂଜାମରେ ପୁରା ଲକ ଡାଉନ 

0

ଗଂଜାମ/ବୁଗୁଡ଼ା( ଡ଼ କୁମୁଦ ଚନ୍ଦ୍ର ବେହେରା) : ଜିଲ୍ଲାରେ ପ୍ରବାସୀଙ୍କ ଆଗମନ ଯୋଗୁ ବୃଦ୍ଧି ପାଇଥିବା କରୋନା ପଜିଟିଭ ସଂଖ୍ୟା ପରିପ୍ରେକ୍ଷୀରେ   ଆଶଙ୍କିତ ଗୋଷ୍ଠୀ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସମ୍ପୂର୍ଣ ଗଂଜାମ ଜିଲାରେ ଜୁନ ୩୦ ପର୍ଯ୍ୟନ୍ତ ଟୋଟାଲ ଲକ ଡାଉନ ବା ପୁରା ତାଲା ବନ୍ଦ ଘୋଷଣା କରିଛି ଜିଲ୍ଲା ପ୍ରଶାସନ | ଆଜି ଏ ବିଷୟରେ ଘୋଷଣା କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାନଗେ ଘୋଷଣା କରିଛନ୍ତି |  ସୂଚନାଯୋଗ୍ୟ ଯେ ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ଏକ ପଞ୍ଚମାଂଶ ଚିହ୍ନଟ ହୋଇଛନ୍ତି ଗଂଜାମ ଜିଲ୍ଲାରୁ | ଏ ଯାବତ ଜିଲ୍ଲାରେ ୬୮୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଜଣେ ମୃତକଙ୍କୁ ମିଶାଇ  ପ୍ରାଣ ହରାଇଲେଣି  ୬ ଜଣ | ଏ ଯାବତ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ | ହେଲେ ଭବିଷ୍ୟତରେ ଆଶଙ୍କିତ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ଓ ଅତ୍ୟାବଶ୍ୟକ ସେବା ପ୍ରାପ୍ତି ପାଇଁ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଅନୁମତି ଦିଆଯିବ ବୋଲି ଜିଲାପାଳ ଟୁଇଟ କରି ଜଣାଇଛନ୍ତି | 

ସ୍ୱାସ୍ଥ୍ୟ ଇସ୍ୟୁକୁ ଛାଡି ଅନ୍ୟସବୁ କାରଣ ପାଇଁ ଗାଡି ଚଳାଚଳ ବନ୍ଦ | ଗହଳିକୁ ପ୍ରଶାସନର ବାରଣ ଓ ଘରେ ହିଁ ରହିବାକୁ ଅନୁରୋଧ | ମାଲ ପରିବହନ ଜାରି ରହିବ | ବସ ଅଟୋ ଟାକ୍ସି ଚଳାଚଳ ବନ୍ଦ ରହିବ, ହେଲେ ଏସଓପି ଅନୁସାରେ ରେଳ ଷ୍ଟେସନ ଓ ବିମାନ ବନ୍ଦରକୁ ଗାଡି ଚଳାଚଳ ଅନୁମତି ରହିବ | ସହରାଞ୍ଚଳରେ ମଜୁରି ରୋଜଗାରକାର୍ଯ୍ୟକ୍ରମ, ଗ୍ରାମାଞ୍ଚଳରେ ଏମଜିନରେଗା , କୃଷି ଓ ତତ୍ସଂପର୍କିତ କାର୍ଯ୍ୟକ୍ରମ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି | 

Leave A Reply

Your email address will not be published.