ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ:- ସଦରଥାନା ଅନ୍ତର୍ଗତ ଅଲେଇକେରା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଖସିପଡ଼ିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକଙ୍କ ଘର କିଞ୍ଜିରକେଲା ଥାନା ଅଧୀନରେ ଥିବା କୁଲବା ପଞ୍ଚାୟତ ବାଙ୍କିବାହଲ ଗ୍ରାମର ବୋଲି ଜଣାପଡ଼ିଛି। ମୃତକଙ୍କ ନାମ ଦୀପକ ମାଝୀ ୨୨ ଏବଂ ଅନ୍ୟ ଜଣଙ୍କର ନାଁ ସସିରାମ ରୋହିଦାସ ୧୮ | ଗୁରୁତର ଗମ୍ଭୀର ଭାବରେ ଆହତ ଆହତ ବ୍ୟକ୍ତିଙ୍କ ନାମ ବିଦେଶୀ ପ୍ରଧାନ ୨୦ ବୋଲି ଜଣାପଡିଛି | ମିଳିଥିବା ସୂଚନା ଅନୁସାରେ, ଆଜି ଦିନ ଗୋଟାଏ ସମୟରେ ତିନି ଜଣ ଯୁବକ ଏକ ମୋଟର ସାଇକେଲରେ କୁଲବାରୁ ସୁନ୍ଦରଗଡ଼ ଅଭିମୁଖେ ଯାଉଥିଲେ। ଏହି ସମୟରେ ଆଲେଇକେରା ନିକଟରେ ବାଇକ୍ଟି ଭାରସାମ୍ୟ ହରାଇ କଲଭର୍ଟରେ ପିଟିହୋଇ ତଳକୁ ଖସିପଡ଼ିଥିଲେ । ଗ୍ରାମବାସୀ ମାନେ ଖବର ପାଇଁ ଘଟଣାସ୍ଥଳରେ ଦୌଡ଼ିଯାଇ ତୁରନ୍ତ ସଦର ପୋଲିସ ଷ୍ଟେସନକୁ ଜଣାଇଥିଲେ | ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ। ପୁଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଆହତ ଜଣଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି |
Sign in
Sign in
Recover your password.
A password will be e-mailed to you.