ବରଗଡ :- କୋରୋନା ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ବର୍ତ୍ତମାନ ମଧ୍ୟ ଦେଶ ଆଂଶିକ ଲକଡାଉନ ଦେଇ ଗତି କରୁଛି । ଦେଶରେ ଲକଡାଉନ ଆରମ୍ଭ ହେବା ପରଠାରୁ ପଶ୍ଚିମ ଓଡିଶା ଯୁବା ମଞ୍ଚ ତରଫରୁ ପ୍ରତକ୍ଷ ଭାବରେ ପ୍ରତ୍ୟେକ ବ୍ଲକରେ କ୍ରମାଗତ ଭାବରେ ସେବା କାର୍ଯ୍ୟ ଜାରି ରଖାଯାଇଛି । ରନ୍ଧା ଖାଦ୍ୟ ବଣ୍ଟନ , ଶୁଖିଲା ଖାଦ୍ୟ ବଣ୍ଟନ , ବିଭିନ୍ନ ସାମଗ୍ରୀ ବଣ୍ଟନ ପରେ ଏବେ ବିଭିନ୍ନ ବ୍ଲକ ରେ ରକ୍ତ ଦାନ ଶିବିର ର ଆୟୋଜନ କରୁଛନ୍ତି ମଞ୍ଚର ଯୁବକ ବନ୍ଧୁ ମାନେ । ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ପକ୍ଷରୁ ଆଜି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର୍ ଠାରେ ୩ ନମ୍ୱର୍ ରକ୍ତ ଦାନ ଶିବିର ଅନୁଷ୍ଠିତ ହେଇ ଯାଇଛି| ଶିବିର ରେ ବରଗଡ୍ ରକ୍ତ ଭଣ୍ଡାରକୁ ୩୨ ୟୁନିଟ୍(୪ ଜଣ ମହିଳା ଓ ୨୮ ଜଣ ପୁରୁଷ ରକ୍ତ ଦାତା) ରକ୍ତ ଦାନ କରାହେଲା। ଗାଇସିଲେଟ ତହସିଲଦାର ପୁଷ୍ପକ ପ୍ରଧାନ ନିଜେ ରକ୍ତ ଦେଇ ଶିବିରକୁ ଉଦଘାଟନ୍ କରିଥିଲେ । ଗାଇସିଲେଟ ବିଡ଼ିଓ ନିରଞ୍ଜନ ସାହା, ପୋଲିସ ଅଧିକାରୀ ହଡ଼ିବନ୍ଧୁ ଗଡତିଆ, ଏବିଡ଼ିଓ ପ୍ରିତିଶ୍ ଦୋରା, ଡକ୍ଟର୍ ଶୈଳେନ୍ଦୁ ମେହେର,ଫରେଷ୍ଟର ଖେଳପ୍ରୀୟ ସାହୁ ଅତିଥି ଭାବରେ ଉପସ୍ଥିତ ରହି ନିଜେ ରକ୍ତଦାନ ମଧ୍ୟ କରିଥିଲେ। ପ୍ରଥମ ସ୍ତର ରେ ପଶ୍ଚିମ ଓଡ଼ିଶା ର ୨୮ ଟା ବ୍ଲକ୍ ରେ ରକ୍ତ ଦାନ ଶିବିର ଅନୁଷ୍ଠିତ କରି ରକ୍ତ ଅଭାବ କେ ଦୂର କରା ଯିବା ବଲି ସଭାପତି ଅଜିତ୍ କୁମାର ପତି କହିଥିଲେ। ସମ୍ପାଦକ ସୁମନ୍ତ ଶତପଥି,ରଞ୍ଜନ ପଣ୍ଡା,ସ୍ୱରୂପ ମିଶ୍ର, ସୈାମ୍ୟଜିତ୍ ମିଶ୍ର, ମନିଶ ସାହୁ, ରାଜା ନନ୍ଦ, ସାହିଲ୍ ନାୟକ, ମାନସ ସାହୁ, ସୁଶାନ୍ତ ସାହୁ, ସୌମ୍ୟ ସାହୁ, ମୁକେଶ ସାହୁ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post