ରାଜ୍ୟରେ ଆଉ ନୂଆ ୧୧୦ ଆକ୍ରାନ୍ତ 

0

Bhubaneswar : ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ କରୋନାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ୯୯୮୫ ଜଣ | ସେହିପରି ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧୧୦ ଜଣ  କରୋନା ପଜିଟିଭ | ଆଜି ଚିହ୍ନଟ ହୋଇଥିବା ୧୧୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୯୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ ସ୍ଥାନୀୟ ଅଂଚଳରୁ  ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨.୭୬ ଲକ୍ଷ ଅତିକ୍ରମ କରିଛି ରାଜ୍ୟରେ ଆଜି ନୂତନ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂଖ୍ୟ ପହଂଚିଛି ୩୨୫୦ ରେ  | ସାରା ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୩,୬୩୨ ଓଡ଼ିଶାରେ ତାହା ପହଞ୍ଚିଛି ୧୧୦୬ ରେ| ଅନ୍ୟପକ୍ଷରେ ସାରା ଦେଶରେ  ଏଯାବତ  ୧,୩୫,୨୦୫ ଜଣ ସୁସ୍ଥ  ହୋଇଥିବା ବେଳେ ଓଡ଼ିଶାରେ ସୁସ୍ଥଙ୍କ ସଂଖ୍ୟା ଗତକାଲିର ୧୪୦ ଜଣଙ୍କୁ ମିଶାଇ ୨୧୩୩ ରେ ପହଂଚିଛି |.

ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଗତସିଂହପୁର  ୩୩ ଜଣ, କଟକରେ ୨୦ ଜଣ, ଖୋର୍ଦ୍ଧାରେ  ୧୪ ଜଣ, ଗଜପତିରେ ୧୧ଜଣ, ପୁରୀରେ ୭ଜଣ , ରାୟଗଡାରେ  ୪ ଜଣ,  ନୟାଗଡ, କଳାହାଣ୍ଡି ଓ ମୟୁରଭଞ୍ଜରେ  ୪ଜଣ ଲେଖାଏ  , ବରଗଡରେ  ୨ ଜଣ , କୋରାପୁଟ , କେନ୍ଦୁଝର, ବୌଧ, ଝାରସୁଗୁଡ଼ା, ଭଦ୍ରକ, କେନ୍ଦ୍ରାପଡାଓ ବଲାଙ୍ଗୀର ରେ ଜଣେ ଲେଖାଏ ସାମିଲ | 

 

Leave A Reply

Your email address will not be published.