ଉପକାରାଗାରରେ ଆଇନ ସଚେତନତା ଶିବିର 

0

02-05-18--byasnagar.jpg - 167.68 kB

ଯାଜପୁର(ଜୟଶଙ୍କର ଦାଶ)  ଜିଲ୍ଲା  ଆଇନ ସେବା ପ୍ରାଧିକରଣ, ଯାଜପୁରଙ୍କ ଆନୁକୁଲ୍ୟରେ ଯାଜପୁର ଉପକାରାଗାରରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା ।  ଏହି ଶିବିରରେ ଯାଜପୁର ଜିଲ୍ଲା ଦୈାରା ଜଜ୍ ଡଃ ରାଧାକାନ୍ତ ମିଶ୍ର, ଅତିରିକ୍ତ ଜିଲ୍ଳାପାଳ ବ୍ରଜବନ୍ଧୁ ଭୋଳ, ସି.ଜେ.ଏମ୍. ରାଜ କିଶୋର ଲେଙ୍କା, ରେଜିଷ୍ଟ୍ରାର  ସୁଷମା ସ୍ୱାଇଁ, ଆଇନ ସେବା ପ୍ରାଧିକରଣ ସମ୍ପାଦିକା  ଶର୍ମିଷ୍ଠା ଦାଶ, ଏସ୍.ଡି.ଜେ.ଏମ୍.  ଶତରୂପା ଶତପଥୀ, ମୁନସିଫ  ମଧୁସ୍ମିତ ଯେନା, ଜେଲ୍ ସୁପରିନ୍ଟେଣ୍ଡେଣ୍ଟ  ଲକ୍ଷ୍ମୀ ମୁଖୀ ଓ ଜେଲ ଲିଗାଲ କ୍ଳିନିକ  ଆଇନଜିବୀ ଓ  ଜେଲ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।  ରେଜିଷ୍ଟ୍ରାର ଶ୍ରୀମତୀ ସ୍ୱାଇଁ ସ୍ୱାଗତ ଭାଷଣ ଦେବା ସଂଗେ ସଂଗେ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ।  ଜିଲ୍ଲା ଦୈାରା ଜଜ୍ ଡଃ ମିଶ୍ର ସଭାପତିତ୍ୱ କରିଥିଲେ ।  ସି.ଜେ.ଏମ୍. ଶ୍ରୀ ଲେଙ୍କା ଉପସ୍ଥିତ ୩୨୦ ଜେଲ ଅନ୍ତେବାସୀମାନଙ୍କୁ  ସହ ପ୍ଳି ବାର୍ଗେନିଂ ଆଇନ ସମ୍ୱନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ ।  ଅନ୍ୟ ଉପସ୍ଥିତ ଅତିଥି ମାନେ ଜେଲରେ  ଥିବା ବିଚାରାଧିନ କଏଦି ମାନଙ୍କର ବିଭିନ୍ନ ସାମ୍ୱିଧାନିକ ଅଧିକାର ଓ ଆଇନ ସହାୟତାର ବିଭିନ୍ନ ଦିଗ ଉପରେ ଆଲୋଚନା କରି,ଥିଲେ ।  ଏହି ଶିବିରଟି ଜିଲ୍ଲା  ଆଇନ ସେବା ପ୍ରାଧିକରଣର କର୍ମଚାରୀ ମାନଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା । 

Leave A Reply

Your email address will not be published.