ନାକ୍ଟିଦେଉଲ ବ୍ଲକ କିସିଣ୍ଡାରେ କେନ୍ଦୁପତ୍ର ତୋଲାଲିଙ୍କ ବୈଠକ

0

 ସମ୍ବଲପୁର (ରମାକାନ୍ତ ବିଶ୍ବାଳ ) a: ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ  ବ୍ଲକ୍ କିସିଣ୍ଡା ରେଞ୍ଜ ରେ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି । ଶତାଧିକ କର୍ମଚାରୀ ଙ୍କ ଉପସ୍ଥିତି ରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହ ସଙ୍ଗଠନ କୁ ଆହୁରି ସୁଦୃଢ କରିବା ପାଇଁ ଆହ୍ୱାନ କରାଯାଇଛି। ଦୀର୍ଘ ଦିନର ଲଢେଇ ଆନ୍ଦୋଳନ ଦ୍ଵାରା ହାସଲ କରାଯାଇଥିବା ବିଭିନ୍ନ ଦାବି ଉପରେ ଆଲୋକପାତ କରିବା ସହ ରାଜ୍ୟ ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ  ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ସଭାପତି ବିଜୟ ମହାନ୍ତି, ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ତ୍ରିପାଠୀ, ସମସ୍ତ ରାଜ୍ୟ କର୍ମକର୍ତ୍ତା, ସମସ୍ତ ଡିଭିଜନ ସ୍ତରୀୟ କର୍ମକର୍ତ୍ତା ଙ୍କୁ ଧନ୍ୟବାଦ  ଅର୍ପଣ କରାଯାଇଥିଲା। ଏହି ସଭାରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସମ୍ପାଦକ ସଂଜିତ ମହାନ୍ତି ଉପ ସଭାପତି  ଗୋକୁଳ ମେହେର, ସମ୍ପାଦକ ଅନାଦି ସାହୁ, ଯୁଗ୍ମ ସମ୍ପାଦକ ଉଦିତ ତ୍ରିପାଠୀ, ଭିକାରୀ ପ୍ରଧାନ, ଭକ୍ତ ମାଝୀ, ରାଜେଶ୍ ପ୍ରଧାନ, ଗର୍ଣାୟକ୍ ବାବୁ, ସନ୍ତୋଷ ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.