କଳାପାଣିରୁ ପ୍ରବାସୀ ଓଡ଼ିଆଙ୍କ ଲେଉଟାଣି : ଏୟାର ଏସିଆ ବିମାନରେ ୧୮୦ ପ୍ରବାସୀ ଓଡ଼ିଆଙ୍କ ପ୍ରତ୍ୟାବର୍ତ୍ତନ 

0

ଭୁବନେଶ୍ୱର(ଶାସକ ପ୍ରଶାସକ) : କୋଭିଡ-୧୯ ମହାମାରୀ ପରିପେକ୍ଷୀରେ ସମଗ୍ର ଦେଶରେ ଲକ୍ ଡାଉନ ଯୋଗୁଁ, ରାଜ୍ୟ ସରକାର ଦେଶର ବିଭିନ୍ନ ପ୍ରାନ୍ତରେ ଫସି ରହିଥିବା ପ୍ରବାସୀ ଓଡିଆ ଶ୍ରମିକ ମାନଙ୍କୁ ନିରାପଦ ଭାବରେ ରାଜ୍ୟକୁ ଫେରାଇ ଆଣିବାକୁ ଅଭିଯାନ ହାତକୁ ନେଇଛନ୍ତି |  ରାଜ୍ୟ ସରକାର ନିଷ୍ପତ୍ତି ନେଉଛନ୍ତି ଯେ ଦୁର୍ଗମ ପ୍ରାନ୍ତରେ ଫସି ରହିଥିବା ପ୍ରବାସୀ ଓଡିଆ ମାନଙ୍କୁ ଯେଉଁଠାରେ ରେଳ ସେବା ଉପଲବ୍ଧ ନାହିଁ ବା ଯାନବାହନ ଦ୍ବାରା ସ୍ଥାନାନ୍ତରିତ କରିବା ମଧ୍ୟ ସମ୍ଭବପର ନୁହେଁ, ସେମାନଙ୍କୁ ବିମାନ ସେବା ଦ୍ବାରା ରାଜ୍ୟକୁ ସ୍ଥାନାନ୍ତରିତ କରାଯିବ | ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରମିକ ଟ୍ରେନ ଯୋଗେ ୩ ଲକ୍ଷରୁ ଅଧିକ ପ୍ରବାସୀଙ୍କୁ ଅଣାଯାଇଥିବା ସ୍ଥଳେ ବହୁ ସଂଖ୍ୟକ ପ୍ରବାସୀଙ୍କୁ ସଡକ ପଥରେ ଅଣାଯାଇଅଛି |

ପୂର୍ବରୁ  ମଣିପୁର, ନାଗାଲାଣ୍ଡ, ତ୍ରିପୁରା, ମେଘାଳୟ, ଆସାମ ଜୁନ ୩ ତାରିଖରେ ଓ ଗତକାଲି ହିମାଚଳ ପ୍ରଦେଶ ଏବଂ ଜାମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ଫସି ରହିଥିବା ୬୦୦ ରୁ ଉର୍ଦ୍ଧ୍ବ ପ୍ରବାସୀ ଓଡିଆଙ୍କୁ ବିମାନ ଯୋଗେ ସ୍ଥାନାନ୍ତରୀଣ କରାଯାଇଅଛି| ଆଜି  କଳାପାଣି ଭାବେ ଲୋକମୁଖରେ ପରିଚିତ  ଆଣ୍ଡାମାନ ଏବଂ ନିକୋବର ଦ୍ବୀପପୁଞ୍ଜର ୧୮୦ ଜଣ ଓଡିଆ ପ୍ରବାସୀଙ୍କୁ ଏଆର ଏସିଆର ସ୍ବତନ୍ତ୍ର ବିମାନରେ ଆସି ପହଂଚିଛନ୍ତି  ଭୁବନେଶ୍ବରରେ  ଘ. ୧୨.୫୦ ମିନିଟରେ |

ରାଜ୍ୟ ସରକାରଙ୍କର ସ୍ବତନ୍ତ୍ର ଉତ୍ସର୍ଗିକୃତ ଅଧିକାରୀ ମାନଙ୍କୁ ନେଇ ଗଠିତ ଦଳ ଗୁଡିକ ସମ୍ପୃକ୍ତ ରାଜ୍ୟସରକାର ଏବଂ ଫେରି ଆସୁଥିବା ପ୍ରବାସୀ ଓଡିଆ ମାନଙ୍କ ସହ ବ୍ୟାପକ ଯୋଗାଯୋଗ କରି, କୋଭିଡ୍-୧୯ ନିୟମାବଳୀ ଅନୁଯାୟୀ ଆବଶ୍ୟକ ସମସ୍ତ ଔପଚାରିକତା ସମ୍ପନ୍ନ କରି ଫେରିଆସୁଥିବା ପ୍ରତ୍ୟେକ ପ୍ରବାସୀ ଓଡିଆଙ୍କୁ ଆଣ୍ଡାମାନ ଦ୍ବୀପପୁଞ୍ଜ ଗୁଡିକର ବିଭିନ୍ନ ସ୍ଥାନରୁ ବିମାନ ବନ୍ଦରକୁ ଆଣିବାର ସମସ୍ତ ସୁବନ୍ଦୋବସ୍ଥ କରାଇଥିଲେ | ଦେଶରେ ବିଭିନ୍ନ ପ୍ରାନ୍ତରେ ଫସି ରହିଥିବା ସମସ୍ତ ପ୍ରବାସୀ ଓଡିଆଙ୍କୁ ନିରାପଦରେ ରାଜ୍ୟକୁ ଫେରାଇ ଅଣାଯିବା ପର୍ଯ୍ୟନ୍ତ ଏହି ଅଭିଯାନ ଜାରୀ ରହିବ | 

Leave A Reply

Your email address will not be published.