“ଓଡ଼ିଆ ଜାତୀୟତା ପରିପୁଷ୍ଟ ହେବ। ସହ ଓଡ଼ିଆଙ୍କ ଭାବଗତ ଏକତା ଦୃଢ଼ୀଭୁତ ହେବ “

0

 

Bhubaneswar(shasak prashasak) : ବନ୍ଦେ ଉତ୍କଳ ଜନନୀ କୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେବାକୁ କ୍ୟାବିନେଟ ନିଷ୍ପତି ଏକ ସ୍ବାଗତଯୋଗ୍ୟ ଐତିହାସିକ ପଦକ୍ଷେପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ଜଣାଉଛି ବୋଲି ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧକ୍ଷ ବିଜୟ କୁମାର ନାୟକ କହିଛନ୍ତି । “ଓଡ଼ିଆ ଭାବାବେଗ ସହ ଜଡ଼ିତ ଏହି ସଂଗୀତ ଓଡ଼ିଶାର ଅସ୍ମିତା ଓ ସ୍ବାଭିମାନ ର ପ୍ରତୀକ। ସ୍ଵତନ୍ତ୍ର ପ୍ରଦେଶ ଗଠନ ପାଇଁଁ ହୋଇଥିବା ଆନ୍ଦୋଳନରେ ଏହା ଓଡ଼ିଶାର ସଙ୍କଳ୍ପକୁ ଜୀବନୀ ଶକ୍ତି ପ୍ରଦାନ କରିଥିଲା।ଓଡ଼ିଆ ନବ ଜାଗରଣ ର ଏହା ଥିଲା ମନ୍ତ୍ର।ଏବେବି ଏହି ସଙ୍ଗୀତ ଆମ ପ୍ରାଣ ଓ ପ୍ରେରଣା।ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ  କରୋନା ଯୋଦ୍ଧଙ୍କୁ ସମ୍ମାନ ଜଣାଇବା ପାଇଁ ସାରା ପୃଥିବୀର ଓଡ଼ିଶା ସହ ଯୋଡ଼ି ହୋଇଥିବା ଲୋକମାନେ ଏହି ସଙ୍ଗୀତ ଗାନ କରି ଅପୂର୍ବ ଐକ ଓ ଶକ୍ତି ପ୍ରଦର୍ଶନ କରିଛନ୍ତି।ବର୍ତ୍ତମାନ କରୋନା ବିରୋଧରେ ଓଡ଼ିଶାର ଲଢେଇରେ ଭାବଗତ ଏକତା ଲୋଡା। ସରକାରଙ୍କ ଏହି ନିଷ୍ପତ୍ତି ମାଧ୍ୟମରେ ଓଡ଼ିଆ ଜାତୀୟତା  ଆହୁରି ପରିପୁଷ୍ଟ ହେବ।  ଏହାକୁ ରାଜ୍ୟ ସଂଗୀତ ର ମାନ୍ୟତା ଦେଇ  ମୁଖ୍ୟମନ୍ତ୍ରୀ ଓଡ଼ିଆ ମାନଙ୍କର ଭାବଗତ ଏକତାକୁ ଆହୁରି ଦୃଢ କରିଛନ୍ତି  । ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପରମ୍ପରା ଓ ଐତିହ୍ୟ ପ୍ରସାର ଓ ସଶକ୍ତିକରଣ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ର ଏହା ନୂତନ ପ୍ରୟାସ ଯାହାକୁ ପ୍ରତ୍ୟେକ ଓଡିଶା ବାସୀ ସ୍ୱାଗତ କରିବା ଏକ ଶୁଭ ସୂଚନା”  ବୋଲି ଶ୍ରୀ ନାୟକ କହିଛନ୍ତି ।

Leave A Reply

Your email address will not be published.