ବିପିୟୁଟି ପରୀକ୍ଷା କାର୍ଯ୍ୟସୂଚୀକୁ ନେଇ ଏଓବିଏସ୍ଓ ଛାତ୍ର ସଂଘଠନ ତରଫରୁ ଅସନ୍ତୋଷ ପ୍ରକାଶ।

0

ଭୁବନେଶ୍ୱର (ଶାସକ ପ୍ରଶାସକ) ବିପିୟୁଟି  ଫାଇନାଲ ସେମିଷ୍ଟର ପରୀକ୍ଷା ଜୁନ ଶେଷ ଅବା ଜୁଲାଇ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ ବୋଲି ବିପିୟୁଟି ଯେଉଁ ଗାଇଡିଲାଇନ ପ୍ରସ୍ତୁତି କରାଯାଇଛି ଏହା ଛାତ୍ର ଛାତ୍ରୀ ମାନଙ୍କୁ ମାନସିକ ଆଘାତ ଦେଇଥିବାରୁ ଦିନ ଅଲ ଓଡିଶା ବିପିୟୁଟି ଷ୍ଟୁଡେଣ୍ଟସ୍ ଅର୍ଗାନାଇଜେସନ (ଏଓବିଏସ୍ଓ) ତରଫରୁ ଅସନ୍ତୋଷ ପ୍ରକାଶ କରାଯାଇଛି। 

ଦିନ ଅଲ ଓଡିଶା ବିପିୟୁଟି ଷ୍ଟୁଡେଣ୍ଟସ୍ ଅର୍ଗାନାଇଜେସନ (ଏଓବିଏସ୍ଓ) ତରଫରୁ କୁହାଯାଇଛି ଯେ ବର୍ତ୍ତମାନ ବିଶ୍ୱ ଏହି ମହାମାରୀ କରୋନା ପାଇଁ ଲଢ଼ୁଥିବା ସମୟରେ ଜନସାଧାରଣ ମାନେ ଯାତାୟାତ ର ବହୁ ଅସୁବିଧାର ସମୁଖୀନ ହେଉଛନ୍ତି। ବିପିୟୁଟି ଗାଇଡିଲାଇନି ଅନୁସାରେ ନିଜ ଜିଲ୍ଲାରେ ନିଜେ ପରୀକ୍ଷା ଦେବେ ଏହି ବିଷୟକୁ ଧ୍ୟାନ ଦେଲେ ଜଣାପଡ଼ୁଛି ଜିଲ୍ଲାର କୋଣ ଅନୁକୋଣରୁ ଜିଲ୍ଲା ମୁଖ୍ୟାଳୟ କୁ ଆସିବାକୁ ଲୋକଙ୍କୁ କେତେ ହଇରାଣ ହେବାକୁ ପଡୁଛି ତାହା ସହ ରାଜ୍ୟ ବାହାରୁ ବହୁ ଛାତ୍ରଛାତ୍ରୀ ବିପିୟୁଟି ଅଧୀନସ୍ଥ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଛନ୍ତି ସେମାନଙ୍କ କିପରି ଓଡ଼ିଶା ଆସିବେ ତାହା ବିପିୟୁଟି ବୋଧହୁଏ ଦୁଷ୍ଟି ଆକର୍ଷଣ କରିନାହିଁ। 

ଏହି ବାବଦରେ ଏଓବିଏସ୍ଓ ସଂଘଠନର ମୁଖ୍ୟ ସଂଘଠନ ପବନ କୁମାର ସ୍ୱାଇଁ ଓ ଅନନ୍ତ ନାରାୟଣ ଜେନା ଙ୍କ ସହ ସଭାପତି ଅଜୟ କୁମାର, ଆଚାର୍ଯ୍ୟ ରକି ପ୍ରିୟଦର୍ଶନ, ଚନ୍ଦ୍ରଶେଖର ସାହୁ, ଚିନ୍ମୟ ଦାସ, ଅଂକେଶ କୁମାର ମହାପାତ୍ର, ଶୁଭମ ସ୍ୱାଇଁ, ଅରୁଣ ଜଗଦେବ, ରମ୍ୟରଂଜନ ମଲ୍ଲିକ, ଜଗନ୍ନାଥ ସାମଲ, ଦେବବ୍ରତ ବେହେରା, ଶତାବ୍ଦୀ ମିଳନ ବେଉରା, ସ୍ବେଦେଶ ନାୟକ, ଜ୍ଞାନଜିତ ଦାସ, ପ୍ରଭାତ ପାଣିଗ୍ରାହୀ, ତନବୀର ଆଲାମ ଖାଁ, ସତ୍ୟଜିତ ପ୍ରଧାନ, ଦେବାଶିଷ ପରିଡା, ବିଶ୍ୱନାଥ ବେହେରା, ସୌମ୍ୟରଂଜନ ସାମଲ, ଦେବାଶିଷ ପଣ୍ଡା, ବିବେକାନନ୍ଦ ନାୟକଙ୍କ ସହ ଅନ୍ୟାନ୍ୟ ସଦସ୍ୟ ମାନେ ବିପିୟୁଟି ତଥା ରାଜ୍ୟ ସରକାରଙ୍କୁ ଆଉ କିଛି ଦିନ ପାଇଁ ପରୀକ୍ଷା ସ୍ଥଗିତ କରିବା ପାଇଁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.