ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବ୍ଲକ ଗୋଡିପଡା ଆୟୁର୍ବେଦିକ ଡିସପେନସରୀରେ ଦିର୍ଘ ୬ମାସ ହେଲା ଡାକ୍ତରୀ ପଦବି ଖାଲି ପଡିଥିବା ବେଳେ ଅତ୍ୟାବଶ୍ୟକ ଔଷଧ ସାମଗ୍ରୀ ଓ ଡାକ୍ତର ଅଭାବରୁ ସ୍ଥାନୀୟ ଜନସାଧାରଣ ଡାକ୍ତରୀ ସେବା ଏବଂ ଔଷଧ ପାଇବାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ଜଣେ ଆୟୁର୍ବେଦିକ ସହାୟକଙ୍କ ଦ୍ୱାରା ଚାଲିଛି ଡିସପେନସରୀ । ବର୍ତମାନର କରୋନା ସଂକ୍ରମଣ ବୃଦ୍ଧି ଏବଂ ଏହାର ସଫଳ ଚିକିତ୍ସା ପାଇଁ ଆୟୁର ବିଜ୍ଞାନରେ ଅନେକ ସୁବିଧା ରହିଥିବା ବେଳେ ଏଠାରେ କୈାଣସି ଔଷଧ ସାମଗ୍ରୀ ନଥିବାରୁ ଏବଂ ଉପରିସ୍ଥ ଅଫିସରଙ୍କ ଅସହଯୋଗ କାରଣରୁ ସ୍ଥାନୀୟ ଅଂଚଳବାସୀ ସାଧାରଣ ସେବା ସୁବିଧା ପାଇବାରୁ ବଂଚିତ ହୋଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରତିବର୍ଷ କଣ୍ଟିଜେନ୍ସି ବାବଦରେ ଆସୁଥିବା ଅର୍ଥ ଡିସପେନସରୀର କୈାଣସି କାର୍ଯ୍ୟରେ ଲାଗୁ ନଥିବାରୁ ସାଧାରଣ ଚିକିତ୍ସା ପାଇଁ ଏଠାରେ ସର୍ବନିମ୍ନ ସୁବିଧା ମଧ୍ୟ ଉପଲବ୍ଧ ହୁଏନାହିଁ । ଏ ସଂକ୍ରାନ୍ତରେ ଜିଲ୍ଲା ଆୟୁର୍ବେଦିକ ମେଡିକାଲ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା । ମାତ୍ର ସେ ଟେଲିଫୋନ ଉଠାଇନଥିଲେ |