ଟିଟିଲାଗଡ (ଗୌରବ ଦର୍ଜୀ) : କୋବିଦ -19 କୁ ଆଖି ଆଗରେ ରଖି ରାଜ୍ୟ ସରକାର ଲକ୍ ଡାଉନ୍ ସମୟ କୁ ବୃଦ୍ଧି କରିଛନ୍ତି। ଏହା କୁ ନେଇ ଟିଟିଲାଗଡ ଉପ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ନିର୍ଦ୍ଦେଶ ନାମା ଜାରି କରିଛନ୍ତି। ଯେ ଲକ୍ ଡାଉନ୍ ଅବଧି ଆସନ୍ତା ଜୁନ 30 ତାରିଖ ପର୍ଯ୍ୟନ୍ତ ଘୁଞ୍ଚି ଛି।ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସହରର ଧାର୍ମିକ ସ୍ଥଳ, ଜିମ, ବାର, ପାର୍କ, ବନ୍ଦ୍ ରହିବା ସଙ୍ଗେ ସଙ୍ଗେ କୌଣସି ସାମାଜିକ, ରାଜନୈତିକ , ଧାର୍ମିକ, ସାଂସ୍କୃତିକ, କ୍ରୀଡା, ଆମୋଦନ ଗହଳି, ସମ୍ପୁର୍ଣ୍ଣ ବାରଣ କରାଯାଇଛି। ସମସ୍ତ ସ୍କୁଲ, କଲେଜ, ଏବଂ କୋଚିଂ ସେଣ୍ଟର ଆସନ୍ତା ଜୁଲାଇ 31 ପର୍ଯ୍ୟନ୍ତ ବନ୍ଦ୍ ରହିବ। ଘରୁ ବାହାରିବା ମାତ୍ରେ ମୁଁହରେ ମାଷ୍କ , ସାମାଜିକ ଦୂରତା ରକ୍ଷା ସହ କୌଣସି ଜାଗା ରେ ଛେପ ପକାଇବେ ନାହିଁ। ସରକାରୀ ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଜରୁରୀ କାର୍ଯ୍ୟ ବ୍ୟତୀତ କୌଣସି ବ୍ୟକ୍ତି ସନ୍ଧ୍ୟା 7:00 ରୁ ସକାଳ 5:00 ପର୍ଯ୍ୟନ୍ତ ଘରୁ ବାହାରକୁ ବାହାରିବେ ନାହିଁ। ଏହି ସମୟ ରେ ସହର ରେ ରାତ୍ର କର୍ଫ୍ୟୁ ଲାଗୁ କରାଗଲା। ସେହିଭଳି ଜୁନ ମାସ ପ୍ରତ୍ୟେକ ଶନିବାର ଏବଂ ରବିବାର ସମ୍ପୂର୍ଣ ସଟ୍ ଡାଉନ୍ ଘୋଷଣା କରାଗଲା। ସପ୍ତାହର ଏହି ଦୁଇ ଦିନ ଔଷଧ ଦୋକାନ ବ୍ୟତୀତ ଅନ୍ୟ କୌଣସି ଦୋକାନ / ଅନୁଷ୍ଠାନ ଖୋଲିବା ନାହିଁ। ଏହି ସବୁ ନିୟମ ର ବିରୁଦ୍ଧାଚରଣ କଲେ ଦୋଷୀ ବ୍ୟକ୍ତିଙ୍କୁ କୋବିଦ୍ -19 ଏବଂ ଆଇ ପି ସି ଧାରା 188 ଅନୁଯାୟୀ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା। ଫାଇନ ସହ କାରାଗାର ଦଣ୍ଡ ମଧ୍ୟ ମିଳିପାରେ। ଏହି ନିୟମ ଟିଟିଲାଗଡ ପୌରପରିଷଦ ର ସମସ୍ତ ଅଞ୍ଚଳ ପାଇ ଲାଗୁ କରାଯାଇଛି। ।
Sign in
Sign in
Recover your password.
A password will be e-mailed to you.