ଟିଟିଲାଗଡ(ଗୌରବ ଦର୍ଜୀ):କରୋନା ମହାମାରୀ ସମଗ୍ର ଦେଶ କୁ ଗ୍ରାସ କରି ସାରିଛି। ପ୍ରାୟ ଦୁଇ ମାସ ରୁ ଅଧିକ ସମୟ ହେବ ସାରା ଭାରତ ରେ ତାଲାବନ୍ଦ ଚାଲିଥିବା ବେଳେ କେନ୍ଦ୍ର ସରକାର ଭାରତ ର ଜନସାଧାରଣ କିପରି ଭୋକିଲା ରହିବେ ନାହିଁ ସେଥି ପ୍ରତି ଧ୍ୟାନ ଦେଇ ପ୍ରତି ରାସନ୍ କାର୍ଡ କୁ ଏକ ହଜାର ଟଙ୍କା ଓ ତିନି ମାସ ର ରାସନ୍ ସାମଗ୍ରୀ ଯଥା ଚାଉଳ ଓ ଡାଲି ଆଗୁଆ ବଣ୍ଟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଟିଟିଲାଗଡ ରେ ହିତାଧିକାରୀ ଅଭିଯୋଗ କରିଛନ୍ତି ଯେ ୧୪ ଓ ୧୫ ନମ୍ବର ୱାର୍ଡର ରାସନ୍ ସାମଗ୍ରୀ ବଣ୍ଟନ କରୁଥିବା ମା ଘଣ୍ଟା ସୁନି ସ୍ଵୟଂ ସହାୟକ ଗୋଷ୍ଠୀ ଏଥିରେ ବାଟ ମାରଣା କରିବା ସହ ପାତର ଅନ୍ତର କରୁଛି। ଫେବୃଆରୀ ମାସ ରୁ ହିତାଧିକାରୀଙ୍କ ରାସନ୍ କାର୍ଡ ଯୋଗାଣ ବିଭାଗ ପକ୍ଷରୁ ଦିଆ ଯାଇଥିଲେ ମଧ୍ୟ ହିତାଧିକରୀଙ୍କୁ ଏ ପର୍ଯ୍ୟନ୍ତ ମିଳି ନ ଥିବା ଅଭିଯୋଗ କରିଛନ୍ତି। ସେମାନଙ୍କୁ ତିନି ମାସ ର ରାସନ୍ ସାମଗ୍ରୀ ଓ କରୋନା ସହାୟତା ରାଶି ମଧ୍ୟ ମିଳି ନଥିବା ଟିଟିଲାଗଡ ଯୋଗାଣ ବିଭାଗ ରେ ଏବଂ ଉପ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଥିଲେ। ପୂର୍ବରୁ ଚାଉଳ ବସ୍ତା ରେ ଚାରି ପାଞ୍ଚ କିଲୋଗ୍ରାମ ଚାଉଳ କମ୍ ବାହାରିବା ଘଟଣାର ଏହି ସ୍ଵୟଂ ସହାୟକ ଗୋଷ୍ଠୀ ବିରୋଧରେ ଅଭିଯୋଗ କରିଥିଲେ।ହିତାଧିକାରୀ ନରେନ୍ଦ୍ର ସାହୁ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗୀତାଞ୍ଜଳି ବାଗ, ରକ୍ମା ବେହେରା, କୁମାରୀ ନାଗ, ଲଳିତ ରଣା, ପଙ୍କଜ ବେହେରା, ରାଜା ମନହିରା, ସୋମନାଥ ଦରଜୀ, ହିମାଂଶୁ ବେହେରା, ମୁବାରକ୍ ଅଲ୍ଲୀ, ଗୌରଚରଣ ବେହେରା, ନକୁଲ୍ ବେହେରା ଆଦି ଅଭିଯୋଗ ଆଣି ଦାବି ରଖିଥିଲେ। ଯୋଗାଣ ବିଭାଗ ଅଧିକାରୀ ଓ ଉପ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ଏହାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post
Next Post