ସେସୁରେ ଟାଟାର ବଡଭାଇ ଭାଗ : ହେଲା ୫୧% ମାଲିକ 

0

 

 

  • ସେସୁ ବଦଳରେ ନାଁ ହେଲା  ଟାଟା ପାଓ୍ୱାର ସେଣ୍ଟ୍ରାଲ୍ ଓଡ଼ିଶା ଡିସଟ୍ରିବୁସନ ଲିଃ

  • ଟାଟାକୁ ୫୧ ଶତକଡ଼ା ସେସୁର ଅଂଶଧନ ହସ୍ତାନ୍ତର କଲେ ସରକାର 

  • ୯ ଜଣିଆ ବୋର୍ଡ ଅଫ୍ ଡ଼ାଇରେକ୍ଟରସରେ ଟାଟାର ୫ ଏବଂ ସରକାରଙ୍କ୪ ଡ଼ାଇରେକ୍ଟର 

ଭୁବନେଶ୍ୱର : ସେସୁରେ ବଡଭାଇ ଭାଗ ପାଇଛି ଟାଟା ପାୱାର | “ସେସୁ’ ଟାଟା ପାଓ୍ୱାର କମ୍ପାନୀ ଅଧୀନକୁ ଯାଇଛିା ଏଥି ନେଇ ସେସୁ ଏବଂ ଟାଟା ପାଓ୍ୱାର କମ୍ପାନୀ ମଧ୍ୟରେ ବିଧିବଦ୍ଧ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛିା ଚୁକ୍ତି ଅନୁଯାୟୀ ସେସୁର ୫୧ ପ୍ରତିଶତ ଅଂଶଧନ ଟାଟାକୁ ହସ୍ତାନ୍ତର ହେବ ଏବଂ ଏହା ଟାଟା ପାଓ୍ୱାର ସେଣ୍ଟ୍ରାଲ  ଓଡ଼ିଶା ଡିଷ୍ଟି୍ରବୁ୍ୟସନ୍ ଲିଃ ନାମରେ ନାମିତ ହେବା ଏହି ନୂତନ କମ୍ପାନୀର ପରିଚାଳନା ନିମନ୍ତେ ୯ ଜଣିଆ ବୋର୍ଡ ଅଫ୍ ଡ଼ାଇରେକ୍ଟରସ ରହିବୋ ସେଥିରେ ଟାଟା ପାଓ୍ୱାର ୫ ଜଣ ଏବଂ ସରକାରଙ୍କ ତରଫରୁ ୪ ଜଣ ଡ଼ାଇରେକ୍ଟର ରହିବୋ ବୁଝାମଣା ଅନୁଯାୟୀ ବର୍ତ୍ତମାନ ଗ୍ରୀଡକୋ ଅଧ୍ୟକ୍ଷ ଶ୍ରୀ ସୌରଭ ଗର୍ଗ ଏହି ବୋର୍ଡର ଡ଼ାଇରେକ୍ଟରସ ଅଧ୍ୟକ୍ଷ ଭାବେ କାର୍ଯ୍ୟ ଚଳାଇବୋ ଯେଉଁ କର୍ମଚାରୀମାନେ ସେସୁ ଅଧୀନରେ କାର୍ଯ୍ୟ କରୁଥିଲେ ସେମାନେ ପୂର୍ବବତ୍ ନୂତନ କମ୍ପାନୀରେ କାର୍ଯ୍ୟ କରିବୋ ତାଙ୍କର ଚାକିରି ସର୍ତ୍ତରେ କୌଣସି ପରିବର୍ତ୍ତନ ହେବ ନାହିାଁ

ଏହି ହସ୍ତାନ୍ତର ପ୍ରକ୍ରିୟା ଯୋଗୁଁ ସେସୁର ୫ଟି ସର୍କଲ ଟାଟା ପାଓ୍ୱାର ଅଧୀନକୁ ଆସିଛିା ଏଥିରେ ଭୁବନେଶ୍ୱରର ୨ଟି ସର୍କଲ, ଢେଙ୍କାନାଳ, କଟକ ଓ ପାରାଦ୍ୱୀପର ଗୋଟିଏ ଲେଖାଏଁ ସର୍କଲ ରହିଛିା ଏହି ସର୍କଲଗୁଡ଼ିକ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା,ଢେଙ୍କାନାଳ, ଅନୁଗୁଳ ଓ ନୟାଗଡ଼ ଜିଲ୍ଲା ମଧ୍ୟରେ ଅନ୍ତର୍ଗତା

 

Leave A Reply

Your email address will not be published.