ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ କରୋନା ଯୋଦ୍ଧା ମାନଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା ଦେଇ ଉତ୍ସାହିତ କରିବା ଉଦେଶ୍ଯରେ ଶନିବାର ସାରା ସମ୍ବଲପୁର ଜିଲ୍ଲାର ଗାଁ ଠୁ ସହର ପର୍ଯ୍ୟନ୍ତ ସବୁଠି ବନ୍ଦେ ଉତ୍କଳ ଜନନୀ ଗୀତରେ ଗୁଞ୍ଜରୀତ ହୋଇଛି। ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ଠୁ ଆରମ୍ଭ କରି ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟଳୟରେ ସଂଧ୍ୟା ୫.୩୦ ମିନିଟ ସମୟରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଏହା ସହ ଜିଲ୍ଲାର ସମସ୍ତ ଚିକିତ୍ସାଳୟ ମାନଙ୍କରେ ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନାର ଆଗ ଧାଡିର ଯୋଦ୍ଧା ଡାକ୍ତର,ନର୍ସ ଓ ଅନ୍ୟ ସ୍ବାସ୍ଥ୍ୟ ସେବାରେ ନିଜ ଜୀବନକୁ ବାଜି ଲଗାଇଥିବା କର୍ମଚାରୀ ମାନଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେହିପରି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଏସ.ପି ଅଫିସ ଠାରୁ ଆରମ୍ଭ କରି ସମସ୍ତ ଥାନା ଓ ଫାଣ୍ଡି ମାନଙ୍କରେ ମଧ୍ୟ ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧା ମାନଙ୍କୁ ସ୍ବାଗତ କରାଯାଇଛି । ଜିଲ୍ଲାର ସମସ୍ତ ତହସିଲ,ବ୍ଲକ, ଶିକ୍ଷାନୁଷ୍ଠାନ,ସରକାରୀ, ବେସରକାରୀ ଅନୁଷ୍ଠାନ, ଜିଲ୍ଲାରେ ଥିବା ସମସ୍ତ ଶିଳ୍ପାନୁଷ୍ଠାନ, ଖଣି ଖାଦାନର କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧା ମାନଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି । ଜିଲ୍ଲାର ସମସ୍ତ ରାଜନୈତିକ ଦଳ ମାନଙ୍କ ପକ୍ଷରୁ ମଧ୍ୟ ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧା ମାନଙ୍କୁ ସ୍ବାଗତ କରାଯାଇଥିଲା। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକର ବୀରମାଟି ଖିଣ୍ଡା ଛକର ଠାରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ମିଲିତ ଭାବରେ ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧା ମାନଙ୍କୁ ସ୍ବାଗତ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.