ପଦ୍ମପୁର-ସାରା ବିଶ୍ବ କରୋନା ମହାମାରୀ ରେ ଦୋହଲି ଯାଇ ଥିବା ବେଳେ, ନିଜ ଜୀବନ କୁ ବନ୍ଧା ପକାଇ ପ୍ରଶାସନ, ଡାକ୍ତର, ପୋଲିସ, ଶିକ୍ଷକ, ଅଙ୍ଗନବାଡି ଆଶା,ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ, ରାଜନୈତିକ ଦଳ ପ୍ରଭୃତି ଦିନରାତି ଏକ କରି ଦେଇଛନ୍ତି।ତାଙ୍କ ଅବଦାନ କୁ କୌଣସି ମୂଲ୍ୟ ଦେଇ ମଧ୍ୟ ଋଣ ପରିଶୋଧ କରାଯାଇ ପାରିବ ନାହିଁ।କେବଳ ତାଙ୍କୁ ଉତ୍ସାହିତ କରିବା ଏକମାତ୍ର ମନ୍ତ ଅଟେ।ଏଣୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କୁ ବନ୍ଦେଉତ୍କଳ ଜନନୀ ଗାନ ହିଁ ଏକମାତ୍ର ଉପଯୁକ୍ତ ପୁରସ୍କାର ବୋଲି ଏହା ଗାନ କରିବା ପାଇଁ ଆହ୍ଵାନ ଦେଇ ଥିଲେ।ଉକ୍ତ ଆହ୍ଵାନକୁ ନିଜର ନୈତିକ କର୍ତ୍ତବ୍ୟ,ସଚେତନ ନାଗରିକ ତଥା ସାମାଜର ମେରୁଦଣ୍ଡ ମନେ କରି ପଦ୍ମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଫିସର ସମସ୍ତ କର୍ମଚାରୀ ଓ ପଦ୍ମପୁର ମିଳିତ ପ୍ରାଥମିକ ଶିକ୍ଷକ ସଂଘ ର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ସମାଜିକ ଦୂରତା ରକ୍ଷା କରି ବନ୍ଦେଉତ୍କଳ ଜନନୀ ଗାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ତ୍ରିବିକ୍ରମ ପାଣିଗ୍ରାହୀ, ଅତିରିକ୍ତ ଶିକ୍ଷା ଅଧିକାରୀ ବିପିନ ମିଶ୍ର, ଜୟକୁମାର ସାହୁ, ଧବଳେଶ୍ବର ବରିହା ପ୍ରଭୃତି ସମସ୍ତ କର୍ମଚାରୀ ଓ ମିଳିତ ଶିକ୍ଷକ ସଂଘ ପକ୍ଷରୁ ସଭାପତି ସଦାନନ୍ଦ ପୁରୋହିତ, ସମ୍ପାଦକ ଜଗବନ୍ଧୁ ବାବୁ, ମନୋଜ କୁମାର ପଣ୍ଡା, ସୁବାଷିନି କଣ୍ଟା, ନୀଳାଦ୍ରି ନାଏକ, ସୌଦାମିନୀ ପଣ୍ଡା, ସୁନିତା ଦାଶ, ବିବେକାନନ୍ଦ ମହାପାତ୍ର, ଜତିନ୍ଦ୍ର ଦାଶ, ଭରତ ସାହୁ, ଅଶୋକ କୁମାର ବହିଦାର, ବିଶ୍ଵନାଥ ଯୋଷୀ, ରୁଦ୍ର କୁମାର ସାହୁ, ରମେଶ ଦାଶ ସମସ୍ତ ସି ଆର ସି ସି ପ୍ରଭୃତି ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.