ମୋଦି ସରକାରର ଦ୍ଵିତୀୟ ପର୍ଯ୍ୟାୟର ପ୍ରଥମ ବର୍ଷ ପୂର୍ତ୍ତୀରେ ବିଜେପି ପକ୍ଷରୁ ରକ୍ତଦାନ ଶିବିର

0

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ:  ମୋଦି ସରକାର ର ଦ୍ଵିତୀୟ ପର୍ଯ୍ୟାୟ ର ପ୍ରଥମ ବର୍ଷ ପୂର୍ତ୍ତୀ ରେ ସମ୍ବଲପୁର ବିଜେପି ର ସମଲେଶ୍ବରୀ ମଣ୍ଡଳ ପକ୍ଷରୁ ସ୍ଥାନୀୟ କ୍ଷେତରାଜପୁର ଧର୍ମଶାଳା ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଇଷ୍ଟଦେବୀ ମାଁ ସମଲେଶ୍ବରୀ ଙ୍କ ଫୋଟୋ ରେ ପୁଷ୍ପମାଲ୍ୟ ଅର୍ପଣ କରି ଓ ଦୀପ ପ୍ରଜ୍ବଳନ କରି ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲ  ଶୁଭାରମ୍ଭ କରିଥିଲେ । ମଣ୍ଡଳ ସଭାପତି ଶମ୍ଭୁ ବରେଲିଆ  ଙ୍କ ନେତୃତ୍ୱରେ ଆୟୋଜିତ ଆଜିର କାର୍ଯ୍ୟକ୍ରମ ରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଉପସ୍ଥିତ ରହି ସମସ୍ତ ରକ୍ତ ଦାତା ଙ୍କୁ ପୁରସ୍କୃତ ଓ ଉତ୍ସାହିତ କରିଥିଲେ । ଆଜିର ଏହି ରକ୍ତଦାନ ଶିବିର ରେ ୩୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମ ରେ ସମ୍ବଲପୁର ଜିଲ୍ଲା ବ୍ଲଡ଼ ବେଙ୍କ ର ଅଧିକାରୀ ଓ ସହଯୋଗୀ ଙ୍କ ସଙ୍ଗେ ସଙ୍ଗେ ସମ୍ବଲପୁର ବିଜେପି ର ଜିଲ୍ଲା  ସାଧାରଣ ସମ୍ପାଦକ ଅନିଲ ବେହେରା, କ୍ଷେତ୍ରିୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି, ସଞ୍ଜୟ କୁମାର ଷଡଙ୍ଗୀ, ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଅଶ୍ୱିନୀ ମାଝୀ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ସରୋଜ କୁମାର ସାହୁ,  ମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତା ଶମ୍ଭୁ ୟାଦବ, ନିଳାମ୍ବର ସିକନ୍ଦର, ଦୀପକ ପାଣ୍ଡେ ପ୍ରମୁଖ ସାମିଲ ଥିଲେ ।

      

Leave A Reply

Your email address will not be published.