ପଦ୍ମପୁର-ସମ୍ପ୍ରତି କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଏହି ଯୁଦ୍ଧରେ ସାମିଲ ଥିବା ଯୋଦ୍ଧା ଯଥାକ୍ରମେ ଡାକ୍ତର, ନର୍ସ, ପୋଲିସ, ସଫେଇ କର୍ମଚାରୀ, ଆଶାକର୍ମୀ, ସାମ୍ବାଦିକମାନଙ୍କ ମନୋବଳକୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଆହ୍ୱାନକୁ ସମ୍ମାନ ଜଣାଇ ଆଜି ସଂଧ୍ୟାରେ କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ପରିସରରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ସମସ୍ତ ଯୋଦ୍ଧାଙ୍କ ମନୋବଳକୁ ଦୃଢ଼ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରୋହିତ କୁମାର ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ, ଶିବାଶିଷ ପଟ୍ଟନାୟକ, ସନ୍ଦୀପ ବାରିକ, ଶୁଭାଶିଷ ପଟ୍ଟନାୟକ, ବାଦଲ ସରାଫ, ଉମେଶ ନାୟକ, ବିଦେଶୀ ମହାନ୍ତି, ସନ୍ତୋଷ ବାରିକ, ବିଭୂତି ଦାସ, ଦିଲ୍ଲୀପ ନେଲ୍, ଗୌତମ ସାହୁ, ପ୍ରଭାତ ଠାକୁର, ପୁଷ୍ପ ପଟେଲ, ପ୍ରହଲ୍ଲାଦ ସରାଫ ସାମିଲ ଥିଲେ।
Sign in
Sign in
Recover your password.
A password will be e-mailed to you.