୨୮ ମେ’ ସୁଦ୍ଧା ଦେଶର ବିଭିନ୍ନ ରାଜ୍ୟରୁ ୩୭୩୬  “ଶ୍ରମିକ ସ୍ପେଶାଲ” ଟ୍ରେନ ଚଳାଚଳ। 

0

ଶ୍ରମିକ ସ୍ପେଶାଲ ଟ୍ରେନରେ ପ୍ରାୟ 50 ଲକ୍ଷ ପ୍ରବାସୀ ଯାତ୍ରୀଙ୍କୁ 85 ଲକ୍ଷରୁ ଅଧିକ ମାଗଣା ଭୋଜନ ଏବଂ ପ୍ରାୟ 1.25 କୋଟି ପାଣି ବୋତଲ ବାଣ୍ଟିଛି ଭାରତୀୟ ରେଳ

ନୂଆଦିଲ୍ଲୀ (ଏସପିବି) ଭାରତୀୟ ରେଳ ମେ’ ୦୧, ୨୦୨୦ରୁ ଆଜିସୁଦ୍ଧା ଶ୍ରମିକ ସ୍ପେଶାଲ ଟ୍ରେନରେ ଯାତ୍ରା କରୁଥିବା ପ୍ରବାସୀମାନଙ୍କୁ ୮୫ ଲକ୍ଷରୁ ଅଧିକ ମାଗଣା ଭୋଜନ ଏବଂ ପ୍ରାୟ ୧.୨୫ କୋଟି ମାଗଣା ପାଣି ବୋତଲ ବଣ୍ଟନ କରିଛି । ଏହି ଖାଦ୍ୟ ରେଳବାଇର ଆଇଆରସିଟିସି ଦ୍ଵାରା ପ୍ରସ୍ତୁତ କରାଯାଉଛି ଏବଂ ଏହା କ୍ଷେତ୍ରୀୟ ରେଳବାଇ ଦ୍ଵାରା ବଣ୍ଟା ଯାଉଛି । ସମସ୍ତ ଶ୍ରମିକ ସ୍ପେଶାଲ ଟ୍ରେନରେ ଯାତ୍ରା କରୁଥିବା ପ୍ରବାସୀମାନଙ୍କୁ ଖାଦ୍ୟ ଏବଂ ପାଣି ବୋତଲ ଯୋଗାଇ ଦିଆଯାଉଛି । ଆଇଆରସିଟିସି ରେଳ ନିର ଜଳ ସହିତ ଯାତ୍ରା କରୁଥିବା ପ୍ରବାସୀମାନଙ୍କୁ ପୁରୀ ଆଚାର, ରୋଟୀ ଆଚାର, କଦଳୀ, ବିସ୍କୁଟ, କେକ, ଲୁଣୀ ବିସ୍କୁଟ, କେକ ନମକିନ, ଭେଜ ପଲଉ, ପାଓ ଭାଜି, ଲେମ୍ବୁ ଭାତ ଆଚାର, ଉପମା, ପୋହା ଆଚାର ଇତ୍ୟାଦି ଖାଦ୍ୟ ପ୍ରଦାନ କରୁଛି ।

ସ୍ୱତନ୍ତ୍ର ଟ୍ରେନ ଦ୍ୱାରା ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ଅସହାୟ ଲୋକଙ୍କ ଯାତାୟାତ ପାଇଁ ଗୃହ ମନ୍ତ୍ରଣାଳୟର ଆଦେଶ ପରେ, ଭାରତୀୟ ରେଳବାଇ ମେ’ ପହିଲାରୁ “ଶ୍ରମିକ ସ୍ପେଶାଲ” ଟ୍ରେନ ଚଳାଚଳ କରୁଛି । ମେ’ ୨୮, ୨୦୨୦ ସୁଦ୍ଧା ୩୭୩୬ “ଶ୍ରମିକ ସ୍ପେଶାଲ” ଟ୍ରେନ ଦେଶର ବିଭିନ୍ନ ରାଜ୍ୟରୁ ଯାତ୍ରା କରିଥିବା ବେଳେ ପ୍ରାୟ ୬୭ଟି ଟ୍ରେନ ଯାତ୍ରାପଥରେ ରହିଛି । ଗତକାଲି (୨୭.୦୫.୨୦୨୦) ୧୭୨ ଶ୍ରମିକ ସ୍ପେଶାଲ ଟ୍ରେନର ଚଳାଚଳ ହୋଇଥିଲା । ଏବେସୁଦ୍ଧା ଗତ ୨୭ ଦିନ ମଧ୍ୟରେ ପ୍ରାୟ ୫୦ ଲକ୍ଷ ପ୍ରବାସୀଙ୍କୁ ଶ୍ରମିକ ସ୍ପେଶାଲ ଟ୍ରେନ ମାଧ୍ୟମରେ ପରିବହନ କରାଯାଇଛି । ଏହା ଲକ୍ଷ୍ୟ କରାଯାଇଛି ଯେ, ଆଜି ଯାତାୟାତ କରୁଥିବା ଟ୍ରେନଗୁଡିକରେ ସେଭଳି ଭିଡର ପରିଲକ୍ଷିତ ହୋଇନାହିଁ ।

ଏହି ୩୭୩୬ ଟି ଟ୍ରେନ ବିଭିନ୍ନ ରାଜ୍ୟରୁ ଯାତ୍ରା ଆରମ୍ଭ କରିଥିଲା । ସବୁଠାରୁ ଅଧିକ ଟ୍ରେନ ଯାତ୍ରା ଆରମ୍ଭ କରିଥିବା 5ଟି ପ୍ରମୁଖ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ହେଲା ଗୁଜରାଟ – ୯୭୯, ମହାରାଷ୍ଟ୍ର – ୬୯୫, ପଞ୍ଜାବ – ୩୯୭, ଉତ୍ତରପ୍ରଦେଶ – ୨୬୩ ଏବଂ ବିହାର – ୨୬୩ ।

ଏହି ଶ୍ରମିକ ସ୍ପେଶାଲ ଟ୍ରେନଗୁଡିକ ଦେଶର ବିଭିନ୍ନ ରାଜ୍ୟକୁ ଯାତ୍ରା କରିଥିଲା । ସବୁଠାରୁ ଅଧିକ 5ଟି ରାଜ୍ୟକୁ ଯାଇଥିବା ଟ୍ରେନଗୁଡିକର ସଂଖ୍ୟା ହେଲା ଉତ୍ତରପ୍ରଦେଶ – ୧୫୨୦, ବିହାର – ୧୨୯୬, ଝାଡଖଣ୍ଡ – ୧୬୭, ମଧ୍ୟପ୍ରଦେଶ –୧୨୧  ଏବଂ ଓଡିଶା – ୧୩୯  ।

ଶ୍ରମିକ ସ୍ପେଶାଲ ଟ୍ରେନକୁ ଛାଡି ଭାରତୀୟ ରେଳ ବିଭିନ୍ନ ସ୍ଥାନରୁ ନୂଆଦିଲ୍ଲୀକୁ ୧୫  ଯୋଡା ଟ୍ରେନ ଚଲାଉଛି ଏବଂ ଜୁନ ପହିଲାରୁ ଆହୁରି ଅଧିକ ୨୦୦  ଟ୍ରେନ ଚଳାଇବାର ଯୋଜନା ରଖିଛି ।

Leave A Reply

Your email address will not be published.