ଲକ ଡାଉନ ବେଳେ ଓଡ଼ିଆ ଗୃହିଣୀଙ୍କ ପାଇଁ ପର୍ଯ୍ୟଟନ ନିଗମର “ଆମ ଘର ଆମ ହାଣ୍ଡିଶାଳ’

0

ଭୁବନେଶ୍ୱର(ଶାସକ ପ୍ରଶାସକ) : କରୋନା ଜନିତ ଲକ ଡାଉନ ବେଳେ ଓଡ଼ିଆ ଗୃହିଣୀଙ୍କ ପାଇଁ ପର୍ଯ୍ୟଟନ ନିଗମର “ଆମ ଘର ଆମ ହାଣ୍ଡିଶାଳ’ ନାମକ କାର୍ଯ୍ୟକ୍ରମ ଆରମ୍ଭ କରିଛି | ଏହା ଏକ ପ୍ରକାର ରୋଷେଇ ପ୍ରତିଯୋଗିତା | ଗୃହିଣୀ ମାନେ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ପ୍ରକାର ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତ କରୁଥିବାର ଭିଡିଓ ପ୍ରସ୍ତୁତ କରି ତାକୁ ପଠାଇ ଏହି ନିଆରା ପ୍ରତିଯୋଗିତାର  ଅଂଶଵିଶେଷ ହୋଇ ପାରିବେ | ଏହା ଓଡ଼ିଆ ଗୃହିଣୀ ମାନଙ୍କ ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତିକଳାକୁ  ପରିସ୍ଫୁଟିତ ବା ପ୍ରୋତ୍ସାହନ ଦେବାପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି ଓଡିଶା ପର୍ଯ୍ୟଟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର | 

 ଶ୍ରୀମତୀ ମିଶ୍ରଙ୍କ କହିବା ଅନୁଯାୟୀ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଦ୍ୱାରା ଆୟୋଜିତ ହେଉଥିବା ଏହି ରୋଷେଇ ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରତିଯୋଗୀମାନଙ୍କୁ ନିଜର ନାମ, ଠିକଣା, ଇ-ମେଲ୍ ଆଇଡି, ଫୋନ୍ ନମ୍ବର ଓ ନିଜର ଏକ ଫଟୋ ସହ ପ୍ରସ୍ତୁତ କରୁଥିବା ଖାଦ୍ୟ (ରେସିପି)ର ନାଁ , ପ୍ରସ୍ତୁତି ପ୍ରଣାଳୀ ଓ ଖାଦ୍ୟ ପ୍ରସ୍ତୁତ କରୁଥିବାର ଭିଡିଓକୁ ଆମର ହ୍ୱାଟସଅପ୍ ନମ୍ବର- ୮୨୬୦୬୩୮୩୩୧,୮୨୬୦୬୪୧୬୧୧ କିମ୍ବା ଇ-ମେଲ୍ ଆଇଡି [email protected] କୁ ପଠାଇବାକୁ ପଡ଼ିବ। ଏଥିପାଇଁ ରେଜିଷ୍ଟେସନ କରିବାର ଶେଷ ତାରିଖ ଜୁନ୍ ୨୭ତାରିଖ ରହିଛି। ଘରେ ରହି ରୋଷେଇ କରିବା ସହ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ମଧ୍ୟ ରହିଛି। ଅସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବା ପ୍ରତିଯୋଗୀଙ୍କ ଆବେଦନକୁ ବିଚାରକୁ ନିଆଯିବ ନାହିଁ।  ସମସ୍ତ ପ୍ରତିଯୋଗୀଙ୍କ ଖାଦ୍ୟ ପ୍ରସ୍ତୁତିବେଳର ଭିଡିଓ ଓ ରେସିପି ମଧ୍ୟରୁ ଶ୍ରେଷ୍ଠ-୪୦ ପ୍ରତିଯୋଗୀଙ୍କୁ ଆମର ବିଚାରକ ମଣ୍ଡଳୀ ଚୟନ କରିବେ ଏବଂ ସେମାନଙ୍କର ମତାମତ ହିଁ ଚୂଡ଼ାନ୍ତ ହେବ। ଏହି ସମସ୍ତ ପ୍ରତିଯୋଗୀଙ୍କୁ ‘ ଫ୍ରିଡମ୍ ଅଏଲ’ ଓ ‘ରୁଚି କମ୍ପାନୀ’ ପକ୍ଷରୁ  ପୁରସ୍କାର ପ୍ରଦାନ କରାଯିବ। ସେହି ସମସ୍ତ ଶ୍ରେଷ୍ଠ-୪୦ ପ୍ରତିଯୋଗୀଙ୍କ ରେସିପି ଓ ଖାଦ୍ୟ ପ୍ରସ୍ତୁତ କରୁଥିବାର କାର୍ଯ୍ୟକ୍ରମକୁ ଟିଭି ଚ୍ୟାନେଲରେ ପ୍ରସାରଣ କରାଯିବ। ଶ୍ରେଷ୍ଠ-୩ଜଣ ପ୍ରତିଯୋଗୀଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବ |

Leave A Reply

Your email address will not be published.