ସଙ୍ଗରୋଧ ଗୃହ ଛାଡି ଘରକୁ ଗଲା ପରେ ବାହାରିଲା ପଜିଟିଭ 

0

ଘରକୁ ଯାଇଥିବା  ସଂକ୍ରମିତ ପ୍ରବାସୀଙ୍କ ପାଇଁ ପ୍ରଶାସନ ହେଲା ନାକେଦମ 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର)  : ସଙ୍ଗ ରୋଧ ସରିଲା | ୨୧ ଦିନ ପରେ ଘରକୁ ଗଲେ ପ୍ରବାସୀ | ଘରଲୋକଙ୍କ ସହ ମିଶିଲେ | ଆଉ କାହା ସହିତ ବି ମିଶିଥାଇ ବି ପାରନ୍ତି | ହେଲେ ସଞ୍ଜ ବେଳକୁ ବାହାରିଲା ସେମାନେ କରନା ରୋଗରେ ସଂକ୍ରମିତ | ତାପରେ ସେ ସଂକ୍ରମିତଙ୍କୁ ଘରୁ ଆଣିବା ପାଇଁ ପ୍ରଶାସନକେ ହେବାକୁ ପଡିଛି ନାକେଦମ | ୨୧ ଦିନର ସଙ୍ଗ ରୋଧ ପରେ ଏବେ ପୁଣି କୋଭିଡ ହସ୍ପିଟାଲ | 

ସୁଚନା ଥାଉକି ଓଡ଼ଗାଁ ବ୍ଲକ କୋମଣ୍ଡ ସଂଙ୍ଗରୋଧ ଗୃହରୁ କରୋନା ସଂକ୍ରମିତ ଜଣା ପଡିବା ପରେ ସଂକ୍ରମିତ ମାନଙ୍କୁ ଭୁବନେଶ୍ୱର କୋଭିଡ ହସ୍ପିଟାଲକୁ ପଠାଯାଇଥିଲା । ସେତେବେଳେ ସଂକ୍ରମିତଙ୍କ ସଙ୍ଗରେ ଥିବା ଅନ୍ୟ ପ୍ରବାସୀଙ୍କର ରକ୍ତ ନମୁନା ୫ତାରିଖରେ ପରୀକ୍ଷା ପାଇଁ ପଠାଯାଇଥିଲା । ସେଥିରେ ନେଗେଟିଭ ଆସିବାରୁ ପୁନଃ ୧୪ ତାରିଖରେ ରକ୍ତନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା । ୨୧ ଦିନର ଅବଧି ସରିଯାଇଥିବାରୁ  ରିପୋର୍ଟ ଆସିବାକୁ ଅପେକ୍ଷା ନକରି ପ୍ରବାସୀମାନେ ଘରକୁ ଫେରିଯିବାକୁ ପ୍ରଶାସନ ଉପରେ ଏକପ୍ରକାର ଚାପ ପ୍ରୟୋଗ କରିଥିଲେ । ଗତକାଲି ସେମାନଙ୍କୁ ଛାଡିବା ପରେ ୩ଜଣ ସଂକ୍ରମିତ ହୋଇଥିବା ରିପୋର୍ଟ ପଜିଟିଭ ମିଳିବା ପରେ ଅବଧି ଶେଷକରି କୋମଣ୍ଡ ସଙ୍ଗରୋଧ ଗୃହରୁ ଘରକୁ ଫେରିବା ଦିନ ସନ୍ଧ୍ୟାରେ ବ୍ଲକ ପ୍ରଶାସନ ସାକେରୀ, କୁରାଳ ଏବଂ ସୁନାମୁହିଁ ଗ୍ରାମର ୩ଜଣକୁ ସେହି ରାତିରେ ଭୁବନେଶ୍ୱର କୋଭିଡ ହସ୍ପିଟାଲକୁ ପଠାଯାଇଛି । ଅନ୍ୟପକ୍ଷରେ ଗଣ ସଂକ୍ରମଣକୁ ରୋକିବା ପାଇଁ ଉକ୍ତ ୩ଜଣଙ୍କ ସମ୍ପର୍କରେ ପ୍ରଶାସନ ତଥ୍ୟ ସଂଗ୍ରହ କରିବା ଜାରିରଖିଛନ୍ତି 

Leave A Reply

Your email address will not be published.