ଝାରବନ୍ଧରେ ବିହନ ଅଭାବ, ଚାଷୀଙ୍କ ମୁଣ୍ଡରେ ଚଡକ

0

ଝାରବନ୍ଧ/ମନୋହର ଦାଶ: ସମଗ୍ର ଦେଶ ରେ କରୋନା ର ଭୟାବହତା କୁ ନେଇ ଲକଡାଉନ ଓ ସଟଡାଉନ ଦ୍ଵାରା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷ ରୁ ସମଗ୍ର ଭାରତ କୁ ଏକ ପ୍ରକାରର ଅଚଳ କରିଦିଆଯାଇଛି । କରୋନା ସହିତ ଲଢ଼ୁଥିବା ଡାକ୍ତର,ଡାକ୍ତରଖାନା ର କର୍ମଚାରୀ ,ପୋଲିସବାହିନୀ, ସମସ୍ତ ପ୍ରଶାସନିକ ଅଧିକାରୀ ସାମ୍ବାଦିକ ଙ୍କ ଦିନ ରାତିକୁ ଏକ କରି ଅବିରତ ଲଢେଇ ଜାରି ରଖିଛନ୍ତି ।

ପ୍ରଧାନମନ୍ତ୍ରୀ ବିଗତ ଦିନ ରେ ଦେଶବାସୀ ଙ୍କ ଉଦ୍ଦେଶ୍ୟରେ ଦେଇଥିବା ଅଭିଭାଷଣ ରେ ସର୍ବଦା ଭାରତର କୃଷି କାର୍ଯ୍ୟ କୁ ପ୍ରଧାନ୍ୟ ଦେବା ସହ କୃଷକଙ୍କ ପାଇଁ ଅନେକ ଯୋଜନା ସହିତ ଦେଶର ଯେକୌଣସି ପରିସ୍ଥିତି ଉପୁଜିଲେ ମଧ୍ୟ କୃଷି କାର୍ଯ୍ୟ ତିଳେ ମାତ୍ର ଅବହେଳା କରାଯାଇନାହି ବୋଲି ଘୋଷଣା କରିଛନ୍ତି । ରାଜ୍ୟ ସରକାର ମଧ୍ୟ କୃଷିର ଉନ୍ନତି ପାଇଁ ପଦକ୍ଷେପ ନେଉଥିବା କହୁଛନ୍ତି | ଚାଷୀକୁ ଉନ୍ନତ ମାନର ବିହନ ଯୋଗାଣ କରିବା ପାଇଁ କୃଷିମନ୍ତ୍ରୀ ବି କହିଛନ୍ତି |

 ଝାରବନ୍ଧ ଏକ କୃଷିପ୍ରଧାନ ଅଞ୍ଚଳ ଭାବେ ପରିଗଣିତ ହେଉଥିବା ବେଳେ ହଜାର ହଜାର ହେକ୍ଟର ଉର୍ବର ଚାଷ ଜମି ରେ କୃଷି କାର୍ଯ୍ୟ କରି ଏ ଅଞ୍ଚଳ ର ଅଧିବାସୀ ମାନେ ଜୀବିକା ନିର୍ବାହ କରୁଛନ୍ତି ।ବର୍ତ୍ତମାନ ସୁଦ୍ଧା ବିହନ ଧାନ ଚାଷୀ ମାନଙ୍କ ପାଇଁ ଲଉଡିଦରହା ସେବା ସମବାୟ ସମିତି ଡଭା ସେବାସମବାୟ ସମିତି କୁ ଏ ପର୍ଯ୍ୟନ୍ତ ପହଁଚି ପାରିନାହିଁ ।ଧାନ ବୁଣିବା ସମୟ ପାଖେଇ ଆସିଲାଣି ।ଚାଷୀ ଅପେକ୍ଷା ରେ ରହିଛନ୍ତି ।ଲକ ଡାଉନ ପରିପେକ୍ଷି ରେ ସରକାରୀ ନିର୍ଦ୍ଧେଶ ମୁତାବକ ସାର ଓ ଗୋଖାଦ୍ୟ ଦୋକାନ ଗୁଡିକ ଖୋଲା ଯାଉଥିଲେ ମଧ୍ୟ ଚାଷୀମାଙ୍କୁ ବିହନ ଯୋଗାଣ କ୍ଷେତ୍ର ରେ କୃଷି ବିଭାଗ ପକ୍ଷ ରୁ କୌଣସି ପଦକ୍ଷେପ ଏ ଯାବତ ନିଆଯାଇନାହିଁ ।

ପରିବା ଚାଷୀ ମାନେ ସପ୍ତାହିକ ହାଟ ବଜାର ବନ୍ଦ ଯୋଗୁଁ ବଜାର ରେ ପନି ପରିବା ବିକ୍ରି କରିପାରିଲେ ନାହିଁ ।ବିଲ ରେ ପରିବା ପତ୍ର ଗୁଡ଼ିକ ପଚି ନଷ୍ଟ ହେଉଛି ।କୃଷକ ବଂଚିଲେ ଦେଶବାସୀ ବଂଚିବେ ।କିନ୍ତୁ ଏ ଅଞ୍ଚଳ ରେ କୃଷକଙ୍କ ଅକଥନୀୟ ଦୁର୍ଦଶା ସହିତ କିପରି ଚାଷ କରିବେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ସରକାର ଏ ଦିଗରେ ପଦକ୍ଷେପ ନେବା ପାଇଁ ଚାଷୀମହଲରେ ଦାବି ହୋଇଛି |

Leave A Reply

Your email address will not be published.