ନୂଆପଡା ଟାଉନରୁ କରୋନା ପଜିଟିଭ,  ଜିଲ୍ଲାରୁ ଦ୍ଵିତୀୟ : ଲୋକଙ୍କ ମନରେ ଅଜଣା ଭୟ 

0

ନୂଆପଡା(ଅମିତ ପୁରୋହିତ) ; ନୂଆପଡା ଜିଲ୍ଲା ସଦର ମହକୁମାରେ ଆଜି ଦ୍ୱିତୀୟ କରୋନା ପଜିଟିଭ ରିପୋର୍ଟ ଆସିଛି । ନୂଆପଡା ଜିଲ୍ଲାପାଳ ମଧୁସ୍ମିତା  ସାହୁ ଏକ ଆହୁତ ସାମ୍ବାଦିକ ସମ୍ମିଳନିରେ ସୂଚନା ଦେଇଛନ୍ତି । ସୂଚନା ମୁତାବକ ନୂଆପଡା ଜିଲ୍ଲା ସଦର ମହକୁମା  ଅନ୍ତର୍ଗତ କଲ୍ୟାଣ ମଣ୍ଡପରେ ଉଦ୍ଧିଷ୍ଟ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିବା ଜଣେ ୪୧ ବର୍ଷିୟ ଯୁବକଙ୍କ କରେନା ପଜିଟିଭ ରିପୋର୍ଟ ଆସିଛି । ଯୁବକ ଜଣକ ଗତ ୧୫ ତାରଖ ଦିନ ଟ୍ରକ ଯୋଗେ ମୁମ୍ବାଇରୁ ଫେରି  ଉକ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ୨୨ ତାରିଖ ଦିନ ତାଙ୍କ ସ୍ୱାବ ନମୁନା ସହିତ ଆଉ ୫ ଜଣଙ୍କର ପରିକ୍ଷା ପାଇଁ ପଠାଯାଇଥିଲା । ୫ ଜଣଙ୍କର ନମୁନା ନେଗେଟିଭ ଆସିଥିବା ବେଳେ ଉକ୍ତ ଯୁବକଙ୍କ ପଜିଟିଭ ଆସିଥିବା ଜଣା ପଡିଛି । ଯୁବକ ଜଣକ ନୂଆପଡା ସଦର ମହକୁମାର ବୋଲି ଜଣା ପଡିଛି । 

ନୂଆପଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବାହାରୁ ଆସୁଥିବା ପ୍ରବାସୀ ଙ୍କ ପାଇଁ ୧୪ ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ୟବସ୍ଥା ଥିବା ବେଳେ ସେଥିରେ ୭୦୦ ଟି ବେଡ୍ ର ବ୍ୟବସ୍ଥା ଅଛି । ନୂଆପଡା  ଏନଏସି ର କାର୍ଯ୍ୟ ନିର୍ବାହି ଅଧିକାରୀ ରାମ ଚନ୍ଦ୍ର ମାଝୀଙ୍କ ସୂଚନା ଅନୁସାରେ ଦ୍ୱିତୀୟ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭଲ ଭାବରେ ସେନିଟାଇଜ କରାଯାଇଛି ତଥା ସ୍ୱାସ୍ଥ୍ୟ କେନ୍ଦ୍ରର ୧୦୦ ମିଟର ପରିସର କୁ ୪୮ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।  ଗତ ୨୪ ତାରିଖ ଦିନ ସାନମହେଶ୍ୱର ପଞ୍ଚାୟତରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଦ୍ୱିତୀୟ ପଜିଟିଭ ସଦର ମହକୁମାରେ ଚିହ୍ନଟ ହେବା ନେଇ ଜିଲ୍ଲାବାସୀ ଭୟଭିତ ହୋଇପଡିଛନ୍ତି । ବିଭିନ୍ନ ଦୋକାନ ବଜାରରେ ସାମାଜିକ ଦୂରତା ନ ମାନିବା ଓ ମାସ୍କ ପରିଧାନ ନ କରିବା ଦେଖିବାକୁ ମିଳୁଛି । ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ପ୍ରବାସୀ ମାନେ ବିନା ଦ୍ୱିଧାରେ ସହର ଭିତରେ ବୁଲୁ ଥିବାର ଅଭିଯୋଗ ହେଉଛି ଏଣୁ କରି ଆଗାମୀ ଦିନରେ କରୋନା ସଂକ୍ରମଣର ସମ୍ଭାବନା ବଢି ଯାଉଛି । ଏଥିପ୍ରତି ଜିଲ୍ଲା ପ୍ରସାଶନ ଗୁରୁତ୍ୱ ଦେଇ ବିଶେଷ ଧ୍ୟାନ ଦେବା ପାଇଁ ବୁଦ୍ଧିଜିବି ମାନେ ଦାବି କରୁଛନ୍ତି । 

Leave A Reply

Your email address will not be published.