ପ୍ଲସ ଥ୍ରୀର ଦ୍ଵିତୀୟ ଓ ଚତୁର୍ଥ ଏବଂ  ପିଜିର ଦ୍ଵିତୀୟ ସେମିଷ୍ଟାର ପରୀକ୍ଷା ହେବନାହିଁ : ଡ଼ ଅରୁଣ ସାହୁ 

0

ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ଓ ପାଠପଢାକୁ ଦେଇ ଗ୍ରହଣ କରିଛନ୍ତି  ଦୁଇଟି ଗୁରୁତ୍ୱପୂର୍ଣ ନିଷ୍ପତ୍ତି | ଆଉ ସେ ବିଷୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ ବୈଠକ ପରେ ଏ ବିଷୟରେ ସୂଚନ ଦେଇଛନ୍ତି କୃଷି, କୃଷକ କଲ୍ୟାଣ , ମତ୍ସ୍ୟ ପଶୁପାଳନ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ |

 http://www.youtube.com/watch?v=b5orBeD7fO4

କରୋନା ଜନିତ  ଲକଡାଉନ ଯୋଗୁ ବିଗିଡି ଯାଇଥିବା ଶିକ୍ଷା ଦାନ ପରୀକୟ ପରିଚାଳନା ବ୍ୟବସ୍ଥା ସଜାଡ଼ିବା ପାଇଁ ୟୁଜିସିର ମାର୍ଗଦର୍ଶିକା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଉଦ୍ୟମ ଜାରି ରଖିଥିବା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ସାହୁଙ୍କ  ଅଧ୍ୟକ୍ଷତାରେ ସେହିକ୍ରମରେ ଆଜି ଲୋକସେବା ଭବନ ଠାରେ UG ଏବଂ PG ସେମିଷ୍ଟର ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବା ନିମନ୍ତେ ଆମ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହିତ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଆଲୋଚନା ଅନୁଷ୍ଠିତ ହୋଇଥିଲା  | ବୈଠକ ପରେ ମନ୍ତ୍ରୀ ଡ଼ ସାହୁ  କହିଛନ୍ତି ଯେ ” ରାଜ୍ୟ ସରକାର ଆଜି ଦୁଇଟି ଗୁରୁତ୍ୱପୁର୍ଣ ନିଷ୍ପତ୍ତି ନେଇଛନ୍ତି | ପ୍ରଥମତଃ, ପ୍ଲସ ଥ୍ରୀର ଦ୍ଵିତୀୟ ଓ ଚତୁର୍ଥ ସେମିଷ୍ଟାର ପରୀକ୍ଷା ହେବ ନାହିଁ | ପିଜିର ଦ୍ଵିତୀୟ ସେମିଷ୍ଟାର ପରୀକ୍ଷା ହେବନାହିଁ | ବିଶ୍ୱବିଦ୍ୟାଳୟ ଗୁଡିକ ଦ୍ୱାରା ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଇବେ | ସେମାନଙ୍କୁ ପରବର୍ତ୍ତୀ ସେମିଷ୍ଟରକୁ ଉତ୍ତୀନ୍ନ କରାଯିବା |  ଦ୍ବିତୀୟତଃ,  ପ୍ରଥମ ଥର ପାଇଁ  ପ୍ଲସ ଥ୍ରୀ ଓ ପିଜି ପାଠ୍ୟ କ୍ରମର ୨୫ ପ୍ରତିଶତ ଗାଇଡେଡ଼ ସେଲ୍ଫ ଷ୍ଟଡି ଦ୍ୱାରା କଭର କରାଯିବ | ଏହା ଏକ ସମୟଚିତ ଯୁଗାନ୍ତକାରୀ ପଦକ୍ଷେପ” ବୋଲି ମନ୍ତ୍ରୀ  ଡ଼ ସାହୁ ସୂଚନା ଦେଇଛନ୍ତି | 

 ମନ୍ତ୍ରୀ  ଡ଼ ସାହୁ କହିଛନ୍ତି ଯେ ପ୍ଲସ ଥ୍ରୀ ଓ ପିଜି ପାଠ୍ୟ କ୍ରମର ୨୫ ପ୍ରତିଶତ ଗାଇଡେଡ଼ ସେଲ୍ଫ ଷ୍ଟଡି ଦ୍ୱାରା କଭର କରାଯିବା ବ୍ୟବସ୍ଥା ମଧ୍ୟ ୟୁଜିସି ଗାଇଡ୍ଲାଇନରେ ସୁପାରିଶ କରାଯାଇଛି | ଛାତ୍ରଛାତ୍ରୀମାନେ ସେଲ୍ଫ ଷ୍ଟଡି ମ୍ୟାଟେରିଆଲ ନିଜେ ପଢିବେ, ପ୍ରସ୍ତୁତ ହେବେ ଓ ଟ୍ୟୁଟୋରିଅଲ କ୍ଲାସରେ ଅଧ୍ୟାପକମାନେ ଡାଉଟ କ୍ଳିଅର କରିବେ |  ଗାଇଡେଡ଼ ସେଲ୍ଫ ଷ୍ଟଡି ଦ୍ୱାରା ଛାତ୍ରଛାତ୍ରୀମାନଙ୍କ କ୍ରିଟିକାଲ ଥିଁକିଙ୍ଗ,ଆନାଲିଟିକାଲ ଆବିଲିଟି, ଆତ୍ମନିର୍ଭରଶୀଳତା ଓ ଜିଜ୍ଞାସା ବୃଦ୍ଧି ପାଇବା ବୋଲି କହଛନ୍ତି ମନ୍ତ୍ରୀ ଡ଼ ସାହୁ | 

Leave A Reply

Your email address will not be published.