୩୫ କେଜି ବାର୍‌ହା ମାଂସ ଜବତ, ଦୁଇ ଶିକାରୀ ଗିରଫ

0

ବୋୖଦ୍ଧ(ଦୋଳଗୋବିନ୍ଦ ନାଏକ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ମାଧପୁର ରେଞ୍ଜ୍ ତଳଗାଁ ଅଞ୍ଚଳରୁ ବନ ବିଭାଗ ପକ୍ଷରୁ ୩୫ କେଜି ବାର୍‌ହା ମାଂସ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏହାସହ ଏକ ବାଇକ୍‌ ମଧ୍ୟ ଜବତ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ରାଜ କିଶୋର ରଣା ଓ ଅରୁଣ ନାଏକ। ସେମାନଙ୍କ ଘର ହରଭଙ୍ଗା ଥାନା ଛତ୍ରଙ୍ଗ ପଞ୍ଚାୟତର ଭାଲିଆଗୋରା ଗାଁରେ।ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ରାଜ କିଶୋର ଓ ଅରୁଣ ବାଇକରେ ବାର୍‌ହା ମାଂସ ଆଣି ତଳଗାଁ ଅଞ୍ଚଳରେ ବିକ୍ରି କରୁଥିଲେ।  ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ସେଠାରେ ଚଢ଼ଉ କରିଥିଲା ଓ ମାଂସ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଥିଲେ।

    

Leave A Reply

Your email address will not be published.