ଓଡ଼ିଶାର ଆମ୍ଫନ ମୁକାବିଲା ଓ ପ୍ରଶାସନିକ ପଦକ୍ଷେପକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା 

0

ଓଡ଼ିଶାର ୪୫ ଲକ୍ଷ ଲୋକ ପ୍ରଭାବିତ, ଲକ୍ଷେ ହେକ୍ଟରରୁ ଅଧିକ ଚାଷଜମି ପ୍ରଭାବିତ 

ଆମ୍ଫନକୁ ନେଇ କ୍ୟାବିନେଟ ସଚିବ ଓ ଓଡ଼ିଶାର ମୁଖ୍ୟ ସଚିବଙ୍କ ଆଲୋଚନା 

ପ୍ରଭାଵିତ ହୋଇଛନ୍ତି  ୮୯ ବ୍ଲକ୍ ଅନ୍ତର୍ଗତ ୧୫୦୦ ଗ୍ରାମ ପଞ୍ଚାୟତ

ଭୁୁବନେଶ୍ୱର:” ବାତ୍ୟା ଆମ୍ଫନ ଯୋଗୁ   ରାଜ୍ୟର ୪୫ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି ।  ଉପକୂଳ ଓଡ଼ିଶାରେ ବହୁ ଘରଦ୍ୱାର ଭାଙ୍ଗିଯାଇଛି । ବିଦ୍ୟୁତ ସଂଯୋଗ ବିଶେଷ କ୍ଷତିଗ୍ରସ୍ତ ହୋଇଛି । ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି  ଚାଷୀ | ୧ ଲକ୍ଷ ହେକ୍ଟରରୁ ଅଧିକ ଚାଷଜମି ବାତ୍ୟାଦ୍ୱାରା କ୍ଷତିଗ୍ରସ୍ତ ହୋଇଯାଇଛି | ଉପକୂଳ ଓଡ଼ିଶାର ୮୯ ବ୍ଲକ୍ ଅନ୍ତର୍ଗତ ୧୫୦୦ ଗ୍ରାମ ପଞ୍ଚାୟତରୁ ଏହି ଲୋକମାନେ ପ୍ରଭାବିତ ହୋଇଛନ୍ତି” ବୋଲି କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ ସହ ଭିଡ଼ିଓ କନଫରେନ୍ସିଂରେ ଆଲୋଚନା ବେଳେ ରାଜ୍ୟରେ ଆମ୍ଫନ ଜନିତ  ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଦେବା ଅବସରରେ ଉଲ୍ଲେଖ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ।

ମୁଖ୍ୟ ଶାସନ ସଚିବ କହିଥିଲେ ଯେ ବାତ୍ୟା ପରେ ଅନେକ ଜାଗାରେ ରାସ୍ତା ଉପରେ ଗଛ ଉପୁଡ଼ି ପଡ଼ିଥିବାରୁ ରାସ୍ତା ସଫା କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଆଜି ସଂଧ୍ୟା ସୁଦ୍ଧା ସବୁ ରାସ୍ତ ସଫା କରି ଗମନାଗମନ ଯୋଗ୍ୟ ହୋଇଯିବ । ହେଲେ ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା  ବିଦ୍ୟୁତ ସରବରାହ ବ୍ୟବସ୍ଥା ସ୍ୱାଭାବିକ ସ୍ଥିତିକୁ ଆଣିବା ପାଇଁ ଦିନେ ଦୁଇ ଦିନ ଲାଗିଯିବ ବୋଲି ଆଲୋଚନା ବେଲେ କ୍ୟାବିନେଟ ସଚିବଙ୍କୁ ଅବଗତ କରାଇଥିଲେ ମୁଖ୍ୟ ଶାସନ ସଚିବ | 

ଏପଟେ ବାତ୍ୟା ମୁକାବିଲାରେ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ସେ ଟୁଇଟ କରି କହିଛନ୍ତି ଯେ ବାତ୍ୟା ଆମ୍ଫନର ପ୍ରଭାବକୁ  ସାହସର ସହ ମୁକାବିଲା କରୁଥିବା ଓଡିଶା ବାସୀଙ୍କ ସହିତ ମୋ ଭାବନା ଯୋଡି ହୋଇ ରହିଛି | କର୍ତ୍ତୃପକ୍ଷ ବା ପ୍ରଶାସନ ପ୍ରଭାବିତ ଲୋକଙ୍କୁ ସବୁ ପ୍ରକାର ସହାୟତା ଯୋଗାଇଦେବାକୁ ଉଦ୍ୟମ ରତ | ଖୁବଶୀଘ୍ର  ପରିସ୍ଥିତି ସ୍ୱାଭାବିକ ହୋଇଯାଉ ବୋଲି ମୁ ପ୍ରାର୍ଥନା କରୁଛି |  ଏଥିସହ କେନ୍ଦ୍ର ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନ ମନ୍ତ୍ରୀ | 

Leave A Reply

Your email address will not be published.