“ଭାରତରତ୍ନ ରାଜୀବ ଗାନ୍ଧୀ ଥିଲେ ମହାମାନବୀୟ ଚିନ୍ତାଧାରାର ଜ୍ୱଳନ୍ତ ଉଦାହରଣ”

0

ପ୍ରଦେଶ କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ୨୯ତମ ବଳିଦାନ ଦିବସ ପାଳିତ

ଭୁବନେଶ୍ୱର(ଶାସକ ପ୍ରଶାସକ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଭାରତରତ୍ନ  ପୂର୍ବତନ ପ୍ରଧାନମନ୍ତ୍ରୀ, ସ୍ୱର୍ଗତଃ ରାଜୀବ ଗାନ୍ଧୀଙ୍କ ୨୯ତମ ବଳିଦାନ ଦିବସ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ରାଜୀବଭବନ ଠାରେ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କଂଗ୍ରେସ ଭବନ ପରିସରରେ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସମସ୍ତ ନେତୃବୃନ୍ଦ ସ୍ୱର୍ଗତଃ ଗାନ୍ଧୀଙ୍କୁ ଏକ ମହାମାନବୀୟ ଚିନ୍ତାଧାରାର ଜ୍ୱଳନ୍ତ ଉଦାହରଣ କହି ନିଜ ନିଜର ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ ।

ଏହି ସମସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ସୁରେଶ କୁମାର ରାଉତରାୟ, ଶୁଭେନ୍ଦୁ ମହାନ୍ତି, ଶିବାନନ୍ଦ ରାୟ, ଜ୍ଞାନଦେବ ବେଉରା, ରଶ୍ମି ମହାପାତ୍ର, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ଅମୀୟ ପଟ୍ଟନାୟକ, ବିଷ୍ଣୁଚରଣ ବାରିକ, କିଶୋର ଜେନା, ମାନସ ଆଚାର୍ଯ୍ୟ, ପ୍ରକାଶ ମିଶ୍ର, ଜ୍ୟୋତିଷ ସାହୁ, ହଳଧର ସେଠୀ, ରଜନୀ କୁମାର ମହାନ୍ତି, ଦୀପକ ମହାପାତ୍ର, ଆଦିତ୍ୟ ପ୍ରୀତମ ଦାସ, ଜୟକୃଷ୍ଣ ମଲିଆ, ସୁଶାନ୍ତ ତ୍ରିପାଠୀ, ବିସ୍ମୟ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ଦେବାଶିଷ ଭୂୟାଁ, ନରେଶ ମହାନ୍ତି, ଜ୍ଞାନ ପଟ୍ଟନାୟକ, ସତ୍ୟସ୍ମିତ ମହାନ୍ତି, ନିରଞ୍ଜନ ନାୟକ, ସଂକୁନା କହଁର, ମନୋଜ ନାୟକ, ତାପସ ସେଠୀ, ଦେବୀ ପ୍ରସାଦ ବାହାଲିଆ, ସମ୍ଭବ ପଟ୍ଟନାୟକ, କେଦାର ଜେନା, ଆତ୍ମାରାମ ପତି, ଶ୍ରୀୟାସ୍ମିତା ପଣ୍ଡା, ମନୋଜ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.