ଓଡଗାଁ ବ୍ଲକ ଅଂଚଳରେ ଅଧିକ ସଂକ୍ରମିତ ଚିହ୍ନଟ : ଲୋକଙ୍କ ଭିତରେ କୋକୁଆ ଭୟ

0

ନାଥିଆପଲ୍ଲୀ ଓ ସୁନାମୁହିଁ ସଂଗରୋଧ ଗୃହରୁ ଏକକାଳୀନ ୧୧ଜଣ ସଂକ୍ରମିତ ଚିହ୍ନଟ !

କୋଭିଡ – ୧୯ ହସ୍ପିଟାଲକୁ ସଂକ୍ରମିତମାନେ ହେଲେ ସ୍ଥାନାନ୍ତରିତ : ସ୍ୱାସ୍ଥ୍ୟ ଅଧିକାରୀ ଦେଲେ ସୂଚନା 

ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) :  ନୟାଗଡ଼ ଜିଲ୍ଲାରେ ହୁହୁ ହୋଇ କରୋନା ଆକ୍ରାନ୍ତଙ୍କର ସଂଖ୍ୟା ବୃଦ୍ଧି ପାଇ ପାଉଥିବାବେଳେ ଓଡ଼ଗାଁ ବ୍ଳକ ଏଥିରେ ସବାଗ୍ରେ ରହିଛି । ଏହି ବ୍ଳକରେ ଜିଲ୍ଲାର ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବୁଧବାର ସକାଳେ ଓଡ଼ଗାଁ ଥାନା ନୂଆଗାଁ ପଞ୍ଚାୟତ ବାହାଡ଼ଆଝୋଲା ବାଳିକା ଉଚ୍ଚ ବିଦ୍ୟାଳୟ ସଂଗରୋଧ ଗୃହରେ ଭଜକୃଷ୍ଣ ବେହେରାଙ୍କ ମୃତ୍ୟୁ ହୋଇଥିଲା। ଏପରି ପରିସ୍ଥିତିରେ ଗୁରୁବାର ରାତିରେ କୁରାଳ ଅଂଚଳ ନାଥିଆପଲ୍ଲୀ ଓ ସୁନାମୁହିଁ ସଂଗରୋଧ ଗୃହରୁ ଏକକାଳୀନ ୧୧ଜଣ ସଂକ୍ରମିତ ଚିହ୍ନଟ ପରେ ଅଂଚଳରେ ଭୟର ବାତାବରଣ ଦେଖାଦେଇଛି । ଆଜିର ୧୧ପଜିଟିଭଙ୍କୁ ମିଶାଇ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଁଚିଛି । ଗତକାଲି  ବିଳମ୍ବିତ ରାତିରେ ପ୍ରଶାସନ ଦ୍ବାରା ସମସ୍ତ ୨୧ଜଣ ଆକ୍ରାନ୍ତ ମାନଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଓଡ଼ଗାଁ ଆଦର୍ଶ ଥାନା ପୁଲିସଙ୍କ ସୁରକ୍ଷାରେ  କୋଭିଡ – ୧୯ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି | 

Leave A Reply

Your email address will not be published.