ମୟୂରଭଞ୍ଜକୁ ଫେରିଲେଣି ୯ ହଜାର ପ୍ରବାସୀ 

0 1

ବାରିପଦା(ଦିଲ୍ଲୀପ ମହାନ୍ତି) :-  କରୋନା ମୁକାବିଲା ନିମନ୍ତେ  ଲକ୍‌ଡାଉନ କାରଣରୁ ବିଭିନ୍ନ ରାଜ୍ୟରେ ଫଶିରହିଥିବା ପ୍ରବାସୀ ଓଡ଼ିଆମାନେ ଜନ୍ମମାଟି ମୟୂରଭଞ୍ଜକୁ ଫେରିବାରେ ଲାଗିଛନ୍ତି। ଜିଲ୍ଲାକୁ ପ୍ରାୟ ୮ହଜାର ୯ଶହ ୫୭ଜଣ ପ୍ରବାସୀ ଫେରିଲେଣି। ଆଜି ସନ୍ଧ୍ୟା ସୁଦ୍ଧା ଏହି ସଂଖ୍ୟା ୯ହଜାରରେ ପହଞ୍ଚିଥିବାର ଜଣାପଡ଼ିଛି। ବିଭିନ୍ନ ରାଜ୍ୟରୁ ପ୍ରବାସୀ ଶ୍ରମିକମାନେ ସ୍ବତନ୍ତ୍ର ଟ୍ରେନ୍‌, ବସ୍‌ ଓ ଟ୍ରକ୍‌ ମାଧ୍ୟମରେ ଫେରିବାରେ ଲାଗିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାକୁ ଆନ୍ଧ୍ର‌ପ୍ରଦେଶରୁ ସର୍ବାଧିକ ଲୋକ ଫେରିଛନ୍ତି। ସେହିପରି ଗୁଜୁରାଟ, ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ଭଳି ରାଜ୍ୟରୁ ମଧ୍ୟ ସଂଖ୍ୟାଧିକ ପ୍ରବାସୀ ଫେରିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସମସ୍ତ ପ୍ରବାସୀଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଗାଡି ଯୋଗେ ସେମାନଙ୍କର ଘରେ ଛଡାଯାଉଛି।  ସଙ୍ଗରୋଧରେ ରହୁଥିବା ଉକ୍ତ ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରୁ ଜିଲ୍ଲାରେ ମୋଟ ୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କପ୍ତିପଦା ବ୍ଲକ୍‌ରୁ ୧୦ଜଣ ରହିଥିବା ବେଳେ ବାରିପଦା ପୌରପରିଷଦରୁ ଜଣେ ଆକ୍ରାନ୍ତ ରହିଛନ୍ତି। ଆଜିକୁ ମିଶାଇ ଜିଲ୍ଲାର ମୋଟ ୧୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭ଜଣ ସୁସ୍ଥ ହୋଇସାରିଲେଣି। ବିଭିନ୍ନ ରାଜ୍ୟରୁ ଆସୁଥିବା ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ରେ ଦିନକୁ ଦିନ ପ୍ରବାସୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲ୍ଲାରୁ ପ୍ରାୟ ୩୩ଶହରୁ ଅଧିକ ନମୁନା ପରୀକ୍ଷା ପାଇଁ ଯାଇଛି। ମାତ୍ର ପଜିଟିଭ୍‌ଙ୍କ ସଂଖ୍ୟା ୧୧ରେ ସ୍ଥିର ରହିଛି। ଯାହା ମୟୁରଭଞ୍ଜ ଜିଲ୍ଲା ପାଇଁ ଆଶ୍ବସ୍ତିର ବିଷୟ ପାଲଟିଛି।

Leave A Reply

Your email address will not be published.