ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିକୁ ସହାୟତା ରାଶି ପ୍ରଦାନ 

0 1

ପଦ୍ମପୁର(ଶାସକ ପ୍ରଶାସକ): କରୋନା ମୁକାବିଲା ପାଇଁ ବିଭିନ୍ନ ଅନୁଷ୍ଠାନ ତଥା ବ୍ଯକ୍ତି ବିଶେଷ ଙ୍କ ତରଫରୁ ସହାୟତା ରାଶି ପ୍ରଦାନ କରାଯାଉଅଛି  । ଏହି ପରିପ୍ରେକ୍ଷୀରେ ଆଜି ପଦ୍ମପୁର ଉପ ଜିଲ୍ଲାପାଳ ଙ୍କ କାର୍ଯାଳୟ ପ୍ରକୋଷ୍ଠରେ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମର ଲକ୍ଷ୍ମୀ ନାରାୟଣ  ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି କପେତ ପ୍ରଧାନ, ସଂପାଦକ ଅନିମା ମହାପାତ୍ର ପ୍ରଧାନମନ୍ତ୍ରୀଙ୍କ କେୟାର ପାଣ୍ଠିକୁ ୧୧ ହଜାର ଏକ ଶହ ଏଗାର ଟଙ୍କାର ଏକ ଚେକ୍ ଏବଂ ଓମ ଶାନ୍ତି ସ୍ବୟଂ ସହାୟକ ଗୋଷ୍ଠୀ ଡୁଙ୍ଗୁରିପାଲିଙ୍କ ତରଫରୁ ସଭାପତି ନଳିନୀ ପ୍ରଧାନ,ସଂପାଦକ ଚୁମକ ସା ୫ ହଜାର ଟଙ୍କାର ଏକ ଚେକ୍ ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିକୁ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି  । ଚେକ୍ ପ୍ରଦାନ ସମୟରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ସମେତ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ  ଏବଂ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ  ।

Leave A Reply

Your email address will not be published.