ଯୁବ ସମାଜକୁ ସଠିକ ରାସ୍ତା ଦେଖାଇବ “ଗଣେଶ ଚୋର” 

0

ବଲାଙ୍ଗିର(ନିରୋଜ ମିଶ୍ର) – ଆମର ସାମାଜିକ ଜୀବନରେ ପୂଜା, ପର୍ବପର୍ବାଣୀ ଓ ବିଶ୍ୱାସର ଭିତ୍ତିଭୂମି ସଦୃଢ଼ । ଆଜିର ଯୁବ ସମାଜ ସେଇ ବିଶ୍ୱାସ  ଉପରେ ନଚାଲି ପଥଭ୍ରଷ୍ଟ ହୋଇଛି । ଏକ ନୂତନ ବିଚାରବୋଧକ ପର୍ଯ୍ୟବେଶିତ କରି ନାଟ୍ୟକାର ତିଆରିଛନ୍ତି ହାସ୍ୟରସ ମାଧ୍ୟମରେ ଏକ  ନାଟକ ଗଣେଶଚୋର  । ଜ୍ୟୋତିପ୍ରକାଶ ତ୍ରିପାଠୀଙ୍କ ଲେଖା ଏଇ ନାଟକକୁ ନିର୍ଦ୍ଦେଶନା  ଦେଇଛନ୍ତି ସଂଜୟ କୁମାର ବେହେରା । ବିଭିନ୍ନ ଭୁମିକାରେ ଅଭିନୟ କରିଥିଲେ ସଂଜୟ କୁମାର ବେହେରା, ସଂଜୟ ପାଢ଼ୀ, ସଂଜୟ ଶତପଥୀ, ସୌରଭ ଭୋଇ, ରଜତ ପାତ୍ର, ହେମନ୍ତ କୁମାର ନାଏକ, ଭଗବାନ ରାଉତ୍, ବିନୋଦ କୁମାର ନାଗ, ଜ୍ୟୋତି ପ୍ରକାଶ ତ୍ରିପାଠୀ ।ଦ୍ୱିତୀୟ ପର୍ଯ୍ୟାୟରେ ଜୟରାମଜୀ ନାଟ୍ୟପରିଷଦ ଆଡେନ ଡୁଙ୍ଗୁରୀ, ବଲାଙ୍ଗିରର କଳାକାରମାନେ ପରିବେଶଣ କରିଥିଲେ ସୀତା ବନବାସ । ବିଭିନ୍ନ ଭୁମିକାରେ ତୁଳାରାମ ନାଏକ, ସୁଶାନ୍ତ ବଗର୍ତ୍ତି, ସପ୍ତରଥି ମଟାରୀ, ରବିଚନ୍ଦ୍ର ଦନ୍ତା, ଜଗନ୍ନାଥ ଦନ୍ତା, ଚିନ୍ତାମଣି ବର୍ଗେ, ମଦନ ଦନ୍ତା, ବିରେନ୍ଦ୍ର ବାଗ, ବିଶ୍ୱନାଥ ଯାନୀ, ଲଲିତ ଭୂଏ  ଅଭିନୟ କରିଥିଲେ । ସପ୍ତମ ଦିବସରେ ଅତିଥିଭାବରେ ଯୋଗଦେଇଥିଲେ ଜିଲ୍ଲା କ୍ରିଡାସଂସଦର କୋଷାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ  । ମଂଚାସୀନ ହୋଇଥିଲେ ଡ. ଶ୍ରୀକର ମିଶ୍ର, ନାଟବାଦୀର ଅଧ୍ୟକ୍ଷ ହରିନାରାୟଣ ପୁଜାରୀ । ନାଟକ ପ୍ରେମୀମାନେ ବହୁସଂଖ୍ୟାରେ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ  କରିବାକୁ ସାଇଟ ସାସ୍କୃତିକ ପରିଷଦର ସଭାପତି ମନୋଜ କୁମାର ମିଶ୍ର, ସମ୍ପାଦକ ଇଂ ନାରାୟଣ ପ୍ରସାଦ ମିଶ୍ର ଓ ଆବାହକ ହିମାଂଶୁ  ପାଢ଼ୀ ଅନୁରୋଧ କରିଛନ୍ତିି । 

27-04-18-bolangir.jpg - 60.09 kB

Leave A Reply

Your email address will not be published.