ଖପ୍ରାଖୋଲ ସଙ୍ଗରୋଧ କେନ୍ଦ୍ରରେ ଯୋଗ ଶିକ୍ଷା 

0

ବଲାଙ୍ଗୀର/ସ୍ୱତନ୍ତ୍ର ପ୍ରତିନିଧି: ଖପ୍ରାଖୋଲ ଉଚ୍ଚ ବିଦ୍ୟାଳୟରେ ସ୍ଥାପିତ ଅସ୍ଥାୟୀ କୋବିଦ-19 କେନ୍ଦ୍ର ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ତରଣୀ ସୁନା ଙ୍କ ଅଧ୍ୟକ୍ଷତାରେ ଏବଂ ସରପଞ୍ଚ ଉପେନ୍ଦ୍ର ଭୋଇ ଙ୍କ ଆୟୋଜନ ରେ ବିଶିଷ୍ଟ ଯୋଗଗୁରୁ ତଥା ଆରୋଗ୍ୟ ଭାରତୀ ଓଡିଶା ପଶ୍ଚିମ ପ୍ରାନ୍ତ ଯୋଗ ପ୍ରମୂଖ, ଉତ୍କଳ ପ୍ରାନ୍ତୀୟ ଆର୍ଯ୍ୟ ବୀର୍ ଦଳ ର ରାଜ୍ୟ  ସମ୍ପାଦକ ଡଃ ହରି ଭାଇ ଆର୍ଯନ୍ ଙ୍କ ନେତୃତ୍ୱ  ମୁରଲୀଧର ମେହେର୍ ଙ୍କ ସହଯୋଗରେ ଆଜି ଅନୁଶାସିତ ଜୀବନ, ନିରାମୟ ସ୍ୱାସ୍ଥ୍ୟ  ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସରକାରୀ ଗାଇଡ ଲାଇନ ଅନୁସାରେ ଉପଯୁକ୍ତ ଦୂରତା, ମୁଖା ଆଦି ର ଧ୍ୟାନ ଦେବା ସହିତ ପ୍ରବାସୀ ଓଡିଆଙ୍କ ଏକ ସମୁହ କୁ ଯୋଗ ପ୍ରାଣାୟାମ ସୁକ୍ଷ୍ମ ବ୍ୟାୟାମ ଆଦି ଶିକ୍ଷା ପ୍ରଦାନ କରିବା ସହ ବୈଦିକ ମନ୍ତ୍ର ଦ୍ଵାରା ଭଗବାନଙ୍କୁ ପ୍ରାର୍ଥନା କରିବା ପାଇଁ ପ୍ରେରଣା ଦିଆଯାଇଛି l

ଡ ଆର୍ଯନ୍ ଇମ୍ୟୁନିଟି ବୃଦ୍ଧି ର ବିଭିନ୍ନ ଉପାୟ ମାନ ବର୍ଣନା କରି ଶାନ୍ତି ଏବଂ ନିରାମୟ ଜୀବନ କାମନା କରି ସରକାରୀ ନିୟମ ଅନୁସାରେ ସର୍ବସାଧାରଣଙ୍କୁ କେନ୍ଦ୍ର ରେ ଅବସ୍ଥାନ ପାଇଁ ନିବେଦନ କରିଥିଲେ l

ପ୍ରବାସୀ ମାନେ ଅନୁଶାସିତ, ବ୍ୟବସ୍ଥିତ ଜୀବନଚର୍ଯ୍ୟା ସହ ଯୋଗ ଭଲି ମହତ୍ତ୍ଵ ପୂର୍ଣ୍ଣ ବିଷୟ କୁ ଅନୁସରଣ କରନ୍ତୁ ବୋଲି ନିବେଦନ କରିବା ସହ ବ୍ଲକ ଅନ୍ତର୍ଗତ ଆଧିକାଂଶ କେନ୍ଦ୍ର ରେ ଏହି କାର୍ଯ୍ୟକ୍ରମ ଜରିଆରେ ସଚେତନତା ସୃଷ୍ଟି କରିବା ପାଇଁ ଯୋଜନା ଅଛି ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହୋଦୟ ସୂଚନା ଦେଇଛନ୍ତି ଲ

Leave A Reply

Your email address will not be published.