ଜନନୀ-ଶିଶୁ ସୁରକ୍ଷା ଯୋଜନା କାଗଜ କଲମରେ, ଅପପୁଷ୍ଟିର ଶିକାର ହୋଇ କଷ୍ଟ ପାଉଛି ଶିଶୁ  

0

ସ୍ୱାମୀ ଦାଦନ ଖଟିବାକୁ ପ୍ରବାସରେ, ୮ ମାସର ରୋଗୀଣା ଶିଶୁକୁ ନେଇ ଦୁଃଖରେ ଦିନ କାଟୁଛନ୍ତି ସରୋଜିନୀ  

ସିନାପାଲି/ ନିରାକାର ମେହେର -ରାଜ୍ୟ ସରକାର ମା ଓ ଶିଶୁ ମୃତ୍ୟୁ ହାର ସାଙ୍ଗକୁ ଶିଶୁ ପୁଷ୍ଟିହୀନତା ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି କରିଆସୁଥିଲେ ମଧ୍ୟ ଆଜି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡା ଗ୍ରାମ ପଞ୍ଚାୟତ ସ୍ଥିତ ମହୁଲପଡା ଗାଁ ରେ | ଏହି ଗାଁ ରେ ବସବାସ କରନ୍ତି ସରୋଜିନୀ ଲୁହାର ଓ ତାଙ୍କର 8 ମାସ ର ଶିଶୁ | ବିଧାତାର ଏକି ପରିଣତି ଶିଶୁ ଜନ୍ମ ହେଲା ମାତ୍ରେ  ସୁସ୍ଥ ହୋଇଥିଲା ଏମିତି କି ଦିନ ପରେ ଦିନ 8 ମାସ ଗଲା ପରେ ଶିଶୁ ଟି ଦୁର୍ବଳ ଦେଖାଗଲା | ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସଠିକ ଭାବେ ଯତ୍ନ ନେଇ ନ ପାରୁଥିବାରୁ ଶିଶୁ ଟି ଦୁର୍ବଳ ଦେଖିବାକୁ ମିଳିଛି | ସରୋଜିନୀଙ୍କ ସ୍ୱାମୀ ପରିବାର ପ୍ରତିପୋଷଣ ପାଇଁ ସୁଦୂର ଆନ୍ଦ୍ର ପ୍ରଦେଶକୁ ଦାଦନ ଖଟିବା ପାଇଁ ଯାଇଛନ୍ତି  | ସେମାନଙ୍କ କାର୍ଡଟିଏ ନ ଥିବା ବେଳେ ସ୍ଥାନୀୟ ସରପଞ୍ଚଙ୍କ ଦୟାପଣ ଦେଖେଇ 20କିଲୋ ଚାଉଳ ଓ 1000 ଟଙ୍କା ଦେଇଥିଲେ  |

ଏନେଇ ଆମ ପ୍ରତିନିଧି ସିନାପାଲି ଗୋଷ୍ଟି ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପଚରାଯିବାରୁ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ବହୁତ ବିଗିଡି ଯାଇଛି ଓ ଅପପୃଷ୍ଟିର ଶିକାର ହୋଇଛି | ଯଥାଶୀଘ୍ର ଏହାର ଚିକିତ୍ସା କରା ନ ଗଲେ ପରେ ଅବସ୍ଥା ଖରାପ ହେବ | ହେଲେ ସବୁଠୁ ଦୁଃଖ କଥା ହେଉଛି ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ରରେ ମାସକୁ ମାସ ଶିଶୁର ଓଜନ କରାଯାଉଥିବା ବେଳେ ଜନନୀ ସୁରକ୍ଷା ଯୋଜନା କାର୍ଡରେ ଶିଶୁର ଓଜନ ମାପଦଣ୍ଡ ରେ ତାହା ଦର୍ଶା ଯାଇନାହିଁ  | ଏନେଇ ସ୍ଥାନୀୟ ANM ଙ୍କୁ ଫୋନ ଦ୍ୱାରା ଯୋଗାଯୋଗ କଲେ ମଧ୍ୟ ଫୋନ କାଟି ଦେଇଥିଲେ  | ସେ ଯଦି ଶିଶୁ ର ମାପ ଦଣ୍ଡ ଠିକ ସମୟରେ ଦର୍ଶାଇ ଥାନ୍ତେ ଓ ଚିକିତ୍ସା ପାଇଁ ସ୍ଥାନୀୟ ପୁଷ୍ଟି ସାଧନା କେନ୍ଦ୍ରକୁ ପଠାଇବାର ବ୍ୟବସ୍ଥା କରିଥିଲେ ଆଜି ଏକ ନିରୀହ ଶିଶୁର ଅବସ୍ଥା ଏପରି  ଅବସ୍ଥା ହୋଇ ନ ଥାନ୍ତା | ଏଣୁ ଏଏନଏମ ଓ ସ୍ଥାନୀୟ ଅଙ୍ଗନବାଡି ଉପରେ କଡା କଡୀ କାର୍ଯ୍ୟନୁଷ୍ଟାନ ନେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି !

Leave A Reply

Your email address will not be published.