ଜିଲ୍ଲାପାଳଙ୍କ ସହ ଆଲୋଚନା କଲା କେନ୍ଦୁପତ୍ର କର୍ମଚାରୀ ସଂଘ 

0

ପଦ୍ମପୁର:-ବରଗଡ ଜିଲ୍ଲା ପଦ୍ମପୁର କେନ୍ଦୁପତ୍ର ଡିଭିଜନ ରେ ନାହିଁ ନଥିବା ପାଲା ଚାଲିଛିା ଏଇ କିଛିଦିନ ତଳେ କେନ୍ଦୁପତ୍ର କର୍ମଚାରୀ ମାନେ ନିଜ ପେଟ ପାଟଣା ପାଇଁ ବିଭିନ୍ନ ଯାଗାରେ ରାସ୍ତା ମଧ୍ୟ ଜାମ କରିଥିଲେ ତାଙ୍କର ନ୍ୟାୟୋଚିତ ଦାବୀ ସମୁହ କୁ ନେଇା ତାଙ୍କ ମାନଙ୍କ ଦାବୀ କୁ ହୃଦୟଙ୍ଗମ କରି ମୁଖ୍ୟମନ୍ତ୍ରୀ ଏଭଳି ଘଡିସନ୍ଧି ମୂହୁର୍ତ ରେ କରୋନା ମହାମାରୀ ସମୟରେ କୌଣସି ସିଜିନାଲ କର୍ମଚାରୀ ଙ୍କୁ ଛଟେଇ ନ କରିବାକୁ ଆଶ୍ୱାସନା ପ୍ରଦାନ କରିଥିଲେ ସୁଦ୍ଧା କେନ୍ଦୁପତ୍ର ବିଭାଗ ମୂଖ୍ୟମନ୍ତ୍ରୀ ଙ୍କ ଆଶ୍ୱାସନା କୁ ଧୂଆଁବାଣ ରେ ପରିଣତ କରଦେଇଛିା ଉକ୍ତ ଡିଭିଜନ ରେ ୧୪୫ ଜଣ ମୁନସୀଚପରାସୀ ଙ୍କୁ ହଠାତ ଛଟେଇ କରିଦିଆଯାଇଛିା ଆଜି ଏସମ୍ପର୍କ ରେ ପଦ୍ମପୁର ଡିଭିଜନ କର୍ମଚାରୀ ସଂଘ ର ଏକ ପ୍ରତିନିଧି ଦଳ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ଙ୍କୁ ସାଥିରେ ନେଇ ବରଗଡ ଜିଲ୍ଲାପାଳ ଙ୍କ କାର୍ଯାଳୟ ରେ ପହଂଚିଥିଲୋ ଜିଲ୍ଲାପାଳ ଶ୍ରୀମାନ ଜ୍ୟୋତିରଂଜନ ପ୍ରଧାନ ଉପସ୍ଥିତ ଥିବା କର୍ମତର୍ତା ଙ୍କୁ ତାଙ୍କ ଚ୍ୟାମ୍ବର କୁ ଡାକି ଏସମ୍ପର୍କ ରେ ଆଲୋଚନା କରିଥିଲୋ ଯଦି ଏହାର ଆଶୁ ସମାଧାନ ନ ହୁଏ ତେବେ ଆନ୍ଦୋଳନ ପନ୍ଥା ଗ୍ରହଣ କରିବୁ ବୋଲି ଚେତାବନୀ ଦେବାସଂଗେସଂଗେ ଏକ ଚରମ ସ୍ମାରକ ପତ୍ର ଜିଲ୍ଲାପାଳ ମହାଶୟ ଙ୍କୁ ପ୍ରଦାନ କରିଛନ୍ତିା ଜିଲ୍ଲାପାଳ ସମସ୍ତ ବିଷୟ ଅବଗତ ପରେ ବିଭାଗୀୟ ଡି.ସି.ସି.ଏଫ୍ ଙ୍କ ପାଖକୁ ସ୍ମାରକ ପତ୍ର ତିରନ୍ତ ପଠାଇବି ବୋଲି ପ୍ରତିଶୃତି ପ୍ରଦାନ କରିଛନ୍ତିା

Leave A Reply

Your email address will not be published.