ବଲାଙ୍ଗିର, ଟିଟିଲାଗଡ (ଗୌରବ ଦର୍ଜୀ)- ବଲାଙ୍ଗିର ଜିଲ୍ଲାର ଦାଦନ ପ୍ରବଣ ବେଲପଡ଼ା ବ୍ଲକର କ୍ଷୁଡିବାହାଲ ଗାଁର ୧୧ ବର୍ଷର ଝିଅ ରୀନାରାଣି ମହାନନ୍ଦ ଭୋକ ଉପାସରେ ରହୁଥିବା ବେଳେ ଆଜି ବଲାଙ୍ଗିର ପୂଣ୍ୟ ଉତ୍କଳ ଶାଖାର ସଭାପତି ଗୀତାଞ୍ଜଳି ଦାସ ପହଁଚି ସହାୟତା କରିବା ସହ ଆବଶ୍ୟକ ପଡିଲେ ଚିକିତ୍ସାର ବ୍ୟବସ୍ଥା ମଧ୍ୟ କରିବେ ବୋଲି କହିଛନ୍ତି। ପ୍ରକାଶ ଥାଉ କି ଯେ ଗାଁର ସିଜନାଲ ହୋଷ୍ଟେଲରେ ଝିଅ ରୀମାରାଣିକୁ ଛାଡି ଦାଦନ ଖଟିବାକୁ ତାଙ୍କ ବାପା ମା ପରିବାର ଲୋକେ ଯାଇଛନ୍ତି। ତେବେ ସେ ଏବେ ଏକା ଏକା ବସବାସ କରୁଥିବା ବେଳେ ଖାଇବା ପାଇଁ ମଧ୍ୟ ମୁଠାଏ ଦାନା ନାହିଁ।ଏଭଳି ସ୍ଥିତିରେ ନା ବାଳିକା ଝିଅ ଘରେ ଏକା ଏକା ଭଙ୍ଗା କୁଡ଼ିଆରେ ରହୁ ଥିବା ବେଳେ ଲୋକ ଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଲକଡାଉନ ଯୋଗୁଁ ରୀମାର ପରିବାର ଲୋକେ ଆନ୍ଧ୍ରପ୍ରଦେଶ ଫଶି ରହିଥିବାରୁ ଗାଁକୁ ଫେରି ପାରୁନାହାନ୍ତି । ଏପଟେ ସରକାରୀ କଟକଣା ଯୋଗୁଁ ସିଜନାଲ ହୋଷ୍ଟେଲ ବନ୍ଦ ହୋଇଗଲା । ନିଜେ ରନ୍ଧାବଢା, ଖାଇବା, ପିଇବା କରି ସଂଘର୍ଷ ଜୀବନ ବିତାଉଛି । ସ୍କୁଲରୁ ମିଲିଥିବା କିଛି ଚାଉଳ ହେଉଛି ସାର ଶେଷ ସମ୍ବଳ । ଏକା ଏକା ଅସୁରକ୍ଷିତ ଭାବରେ ରହୁଛି, ନାବାଳିକା ରୀମା। ଏ ସବୁ ଭିତରେ ରୀମାର ଦୁଃଖ ବଢାଇଦେଇଛି ତାର ପାଟି ଭିତରେ ଧୀରେ ଧୀରେ ବୃଦ୍ଧି ପାଉଥିବ ଟ୍ୟୁମର କୁ ନେଇ ଚିନ୍ତାରେ ପଡିଯାଉଛି ରିମା ରାଣୀ। ନା ପେଟରେ ଭୋକ ନା ଆଖି ରେ ନିଦ ଅଛି ତେବେ ବାପା ମାଙ୍କ ବାଟକୁ ଚାହିଁ ଅନାଇ ବସିଛି , କେବେ ଘରକୁ ଫେରି ଆସିବେ ବୋଲି।ଗୋଟିଏ ପଟେ ଥଇଥାନ ତ ଅନ୍ୟପଟେ ନିଜର ସୁରକ୍ଷା ଓ ଚିକିତ୍ସା ଚିନ୍ତା । ଏନେଇ ବଲାଙ୍ଗିର ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଯୁଗେଶ୍ୱର ମହାନ୍ତି ପଚାରିବାରୁ ତଦନ୍ତ କରି ସହାୟତା କରାଯିବ ବୋଲି ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.