ଭୁବନେଶ୍ବର(ଶାସକ ପ୍ରଶାସକ ): ରାଜ୍ୟରେ କୋଭିଡ ୧୯ର ମୁକାବିଲାରେ ସହଯୋଗ କରିବା ପାଇଁ ରାୟଗଡା ଜିଲ୍ଲା ବିଜୁ ଜନତା ଦଳର ସଦସ୍ୟମାନେ ଆଗେଇ ଆସିଛନ୍ତି। ବିଜୁ ଜନତା ଦଳର ରାୟଗଡା ଜିଲ୍ଲା ଶାଖାର ସଦସ୍ୟ ମାନେ ସମୁଦାୟ ୨୫,୪୬,୯୬୪ ଟଙ୍କା ସଂଗ୍ରହ କରି ଅନୁସୂଚିତ ଜାନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀ ସୁଧୀର ଦାସଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ (Covid 19 Fund) ଏହି ଅର୍ଥ ପ୍ରଦାନ କରିଛନ୍ତି। ଏହି ଅର୍ଥ ପ୍ରଦାନ ସମୟରେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ତଥା ରାୟଗଡା ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ସଂଜୟ ଦାସବର୍ମା ଉପସ୍ଥିତ ଥିଲେ । ରାୟଗଡା ଜିଲ୍ଲା ବିଜୁ ଜନତା ଦଳର କର୍ମୀ ମାନଙ୍କ ଏହି ସହୃଦୟତା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.