ବଡ଼ବିଲ (ଶାସକ ପ୍ରଶାସକ) :ଆଜି କେନ୍ଦୁଝର ଜିଲ୍ଲାରେ ଆଉ ୪ଜଣ କାରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଁଚିଛି। ଆଜି ଚିହ୍ନଟ ୪ ଆକ୍ରାନ୍ତଙ୍କ ମଧ୍ୟରୁ ବଡ଼ବିଲ ପୋୖରାଞ୍ଚଳର ଜଣେ ୨୬ ବର୍ଷୀୟ ଯୁବକ ଥିବାର ସୂଚନା ମିଳିଛି। ଗତ ୯ ତାରିଖରେ ସମ୍ପୃକ୍ତ ଯୁବକ ଅନ୍ୟ ୨ ଜଣଙ୍କ ସହ କୋଲକାତାରୁ ଏକ କାର ଭଡ଼ା କରି ବଡ଼ବିଲରେ ପହଞ୍ଚିଥିଲେ। ସୂଚନା ପାଇ ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ୧୩ ନମ୍ବର ୱାର୍ଡ ସ୍ଥିତ ମାଟକାମବେଡ଼ା ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଥିବା କ୍ବାରେଣ୍ଟିନ ସେଣ୍ଟରରେ ରଖିଥିଲେ। ଗତ ୧୪ ତାରିଖରେ ଏହି ୩ ଜଣଙ୍କ ସମେତ ମୋଟ ୪୦ ଜଣଙ୍କର ସ୍ବାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ତେବେ ସ୍ବାବ୍ ପରୀକ୍ଷା ରିପୋର୍ଟରୁ ଜଣଙ୍କର ପଜିଟିଭ୍ ରିପୋର୍ଟ ଆସିଥିବା ଜଣାପଡିଥିଲା । ରୋଗୀ ଚିହ୍ନଟ ପରେ ସ୍ଥାନୀୟ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ଗତକାଲି ସନ୍ଧ୍ୟାରେ ଏହି କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କଟକ ସ୍ଥିତ ଅଶ୍ବିନୀ କୋଭିତ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ତେବେ ଆକ୍ରାନ୍ତ ଯୁବକଙ୍କ ସହ ଆସିଥିବା ଅନ୍ୟ ୨ ଜଣଙ୍କର ସ୍ବାବ୍ ପୁଣି ପରୀକ୍ଷା ପାଇଁ ପଠାଯିବ ବୋଲି ସୂଚନା ମିଳିଛି। ପ୍ରଶାସନ ପକ୍ଷରୁ ମାଟକାମବେଡ଼ା ସରକାରୀ ଉଚ୍ଚବିଦ୍ୟାଳୟ ଅଂଚଳକୁ କଣ୍ଟାନମେଣ୍ଟ ଜୋନ୍ ଘୋଷିତ କରାଯାଇଥିବା ବଡ଼ବିଲ ପୋୖରାଧିକାରୀ ଅଭିଷେକ ପଣ୍ଡା ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.