ବରଗଡ :- ବର୍ତମାନ ସାରା ବିଶ୍ୱ କୋରୋନା ଭୂତାଣୁର କବଜାରେ । ଏହି ଭୁତାଣୁ ସଂକ୍ରମଣ ଯୋଗୁ ବର୍ତମାନ ପ୍ରତେକ ଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନଜରକୁ ଆସୁଛି । ଏହି ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବର୍ତମାନ ପର୍ଯ୍ୟନ୍ତ କୋଣସି ଔଷଧ କିମ୍ୱା ପ୍ରତିଷେଧକ ବାହାରି ନଥିବା କାରଣରୁ ପର୍ଯୟ କ୍ରମେ ତିନୋଟି ପର୍ଯୟରେ ଦେଶବ୍ୟାପୀ ଲକ୍ଡାଉନ କଟକଣା କରାଯାଇଛି । ତେବେ ଏହି ମହାମାରୀ କୁ ରୋକିବା ପାଇଁ ସରକାର , ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ମାନଙ୍କର ଦ୍ୱାରା ଅନେକ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ସଚେତନତା ଏବଂ ସତର୍କତା ହିଁ ଏକମାତ୍ର ମାଧ୍ୟମ ଯାହାକୁ ମାନି ଚାଲିଲେ ଏହି ମହାମରୀକୁ ରୋକିବାରେ ସଫଲତା ମିଳିପାରିବ । ଏଥିପାଇଁ ସାମାଜିକ ଦୂରତ୍ୱ ଅବଲମ୍ବନ ଏବଂ ମାସ୍କ ପିନ୍ଧିବା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି। ଆଜି ଏହିଭଳି ସଚେତନତା ପାଇଁ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତିର କଂସ ଅଭିନେତା ଭୁବନେଶ୍ବର ପ୍ରଧାନ ଏବଂ କଳାକାର ଉପଦେଷ୍ଟା ସମନ୍ବୟ କମିଟିର ସହ-ଆବାହକ ଅଶୋକ ବେହେରା ଆଗେଇ ଆସିଛନ୍ତି ଜନସାଧାରଣଙ୍କୁ ସଚେତନ କରିବା ପାଇଁ । ଭୁବନେଶ୍ବର ଯମ ଏବଂ ଅଶୋକ ଚିତ୍ରଗୁପ୍ତ ଚରିତ୍ରରେ ଅଭିନୟକରି ଶନିବାର ବରଗଡ଼ ସହରରେ ସଚେତନତା ସୃଷ୍ଟି କରିବାର ପ୍ରୟାସ କରିଛନ୍ତି। ନିଜ ଦୂତଙ୍କ ସହିତ ସେମାନେ ବରଗଡ଼ ଗାନ୍ଧୀଛକ ନିକଟ କଲ୍ୟାଣ ମଣ୍ଡପରୁ ଏକ ଘୋଡାଗାଡିରେ ବସି ବାହାରି ସହର ପରିକ୍ରମା କରି କରୋନା ମୁକାବିଲା ପାଇଁ ସଚେତନତା ସୃଷ୍ଟି କରିଥିଲେ। ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରାୟ 10 ପ୍ରତିଶତ ଲୋକ ଲକଡାଉନ ନିୟମ କୁ ପାଳନ କରୁନାହାନ୍ତି । ବୋଧହୁଏ ସେହିଭଳି କିଛି ଲୋକଙ୍କୁ ସଚେତନ କରିବା ପାଇଁ ଆଜି ମହାରାଜ କଂସ , ଯମ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି । ଏଭଳି ଅଭିନବ ସଚେତନତା କାର୍ଯ୍ୟକ୍ରମ ଲୋକଙ୍କୁ ବେଶ ପ୍ରଭାବିତ କରିବା ସହିତ ଅନେକ ଲୋକ ମହାରାଜ କଂସ ଅର୍ଥାତ ଭୁବନେଶ୍ୱର ପ୍ରଧାନ ଙ୍କର ପ୍ରଶଂସା କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post