ଗଜପତିରେ କୋଭିଡ୍ ସ୍ଥିତି ଅନୁଧ୍ୟାନ କଲେ 5ଟି ସଚିବ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶହଶହ ପ୍ରବାସୀ ଓଡ଼ିଆଙ୍କ ଆଗମନ ପରିପ୍ରେକ୍ଷୀରେ ରାୟଗଡ଼ା , ଗଜପତି ଓ ଗଞ୍ଜାମ ଜିଲ୍ଲା ଗସ୍ତରେ ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ସହ ୩ ଜିଲ୍ଲା ଗସ୍ତ କରିଛନ୍ତି 5ଟି ସଚିବ ଭି କେ ପାଣ୍ଡିଆନ। 

 ଏହି ପରିପ୍ରେକ୍ଷୀରେ 5ଟି ସଚିବ ଭି କେ ପାଣ୍ଡିଆନ ଗଜପତି ଜିଲ୍ଲା ଗସ୍ତରେ ଆସି ଗୋଷାଣୀ ବ୍ଳକ ଅନ୍ତର୍ଗତ ରାଜ ସୀତାପୁର ଠାରେ ଥିବା ସୁବର୍ଣ୍ଣରେଖା ଛାତ୍ରାବାସ ପରିସରରେ ନିର୍ମାଣ ହୋଇଥିବା ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲକୁ ପରିଦର୍ଶନ କରିଛନ୍ତି । ତାଙ୍କ ସହିତ ଉନ୍ନୟନ ସଚିବ ସୁରେଶ  ମହାପାତ୍ର , ଗଜପତି ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ,  ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଗୁନୁରାଣୀ ପଟ୍ଟନାୟକ ପ୍ରମୁଖ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। 

5ଟି ସଚିବ କୋଭିଡ୍ ହସ୍ପିଟାଲର ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ଜିଲ୍ଲାରେ କୋଭିଡ୍ ମୁକାବିଲା ପାଇଁ କିପରି ପ୍ରସ୍ତୁତି କରାଯାଇଛି , ବିଶେଷ କରି ଜିଲ୍ଲାକୁ ମାତ୍ରାଧିକ ସଂଖ୍ୟାରେ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ରହିବା ପାଇଁ କ୍ବାରାଣ୍ଟାଇନ କେନ୍ଦ୍ର ଗୁଡିକରେ କିଭଳି ବ୍ୟବସ୍ଥା କରାଯାଇଛି ସେ ନେଇ ଜିଲ୍ଲା ପ୍ରଶାସନ ତଥା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି।

Leave A Reply

Your email address will not be published.