ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ଅଞ୍ଚଳର ଜଣେ ଜଣାଶୁଣା ଶିକ୍ଷାବିତ ଅଜୟ ତାଲଡିଙ୍କର ଆଜି ପ୍ରତ୍ୟୁଷରେ ଦେହାନ୍ତ ହୋଇଛି। ସେ ସ୍ଥାନୀୟ ସେଣ୍ଟ ମେରିଜ ସ୍କୁଲରେ କମ୍ପ୍ୟୁଟର ଇନଷ୍ଟ୍ରକ୍ଟର ଭାବେ କାର୍ଯ୍ୟରତ ଥିଲେ। ଗତକାଲି ରାତିରେ ସେ ଅସୁସ୍ଥ ହୋଇ ପଡିବାରୁ ପରିବାର ଲୋକେ ତାଙ୍କୁ ପ୍ରଥମେ ବଡ଼ବିଲ ସରକାରୀ ଡାକ୍ତରଖାନା ଓ ପରେ ଯୋଡ଼ା ସ୍ଥିତ ଟିସ୍କୋ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରିଥିଲେ। ହେଲେ ଆଜି ପ୍ରତ୍ୟୁଷରେ ହୃଦଘାତରେ ସେ ପରଲୋକ ଗମନ କରିଥିବା ଜଣାପଡ଼ିଛି। ତାଙ୍କର ବିୟୋଗରେ ଅଭିଭାବକ ଓ ଛାତ୍ରଛାତ୍ରୀ ମହଲରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା। ଖବର ପାଇ ସେଣ୍ଟ ମେରୀଜ ସ୍କୁଲର ପ୍ରିନ୍ସିପାଲ, ଶିକ୍ଷକ ଶିକ୍ଷୟିତ୍ରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ ।
Sign in
Sign in
Recover your password.
A password will be e-mailed to you.